ଦେଢ କୋଟିରେ ବିକ୍ରି ହେଲା ସମ୍ପର୍କ : ସ୍ୱାମୀଙ୍କ ଖୁସି ପାଇଁ ପ୍ରେମିକା ହାତରେ ଟେକିଦେଲେ ସ୍ତ୍ରୀ

Published By : Prameya-News7 Bureau | January 05, 2021 IST

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏକ ତ୍ରିକୋଣୀୟ ପ୍ରେମ ବ୍ୟାପାରରକୁ ନେଇ ସୋସିଆଲ୍‌ ମିଡିଆରେ ଏବେ ଚର୍ଚ୍ଚା ଜୋର୍ ଧରିଛି। ଜଣେ ପତ୍ନୀ ଦେଢ଼ କୋଟି ଟଙ୍କାରେ ସ୍ୱାମୀଙ୍କୁ ତାଙ୍କ ପ୍ରେମିକାଙ୍କ ହାତକୁ ଟେକି ଦେଇଛନ୍ତି।

ଖବର ଅନୁଯାୟୀ, କିଛିଦିନ ତଳେ ଭୋପାଳର ଫ୍ୟାମିଲି କୋର୍ଟରେ ଏକ ମାମଲା ଆସିଥିଲେ। ଯେଉଁଥିରେ ଜଣେ ନାବାଳିକା ତାଙ୍କ ବାପାଙ୍କର  ପରକୀୟ ପ୍ରୀତି ବାବଦରେ ଜାଣିଯାଇଥିଲେ । ବାପା ଅଫିସ୍‌ରେ ଅନ୍ୟ ଜଣେ  ମହିଳାଙ୍କ ସହ ସଂପର୍କ ରଖିବାରୁ ଘରେ ପ୍ରତିଦିନ ଝଗଡ଼ା ଲାଗୁଥିଲା । ଏହି କାରଣରୁ ଘରେ ସବୁ ବେଳେ ପରିସ୍ଥିତି ଚିନ୍ତାଜନକ ରହୁଥିଲା । ତେଣୁ ସେ ଏବଂ ତାଙ୍କ ଭଉଣୀ ପାଠ ପଢ଼ି ପାରୁନଥିବାରୁ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ନାବାଳିକାଙ୍କ ମାମଲା ପରେ ଉଭୟ ପତି-ପତ୍ନୀଙ୍କୁ କୋର୍ଟ କାଉନ୍ସେଲିଂ ପାଇଁ ଡକାଇଥିଲେ। ଏଥିରୁ ଜଣା ପଡ଼ିଥିଲା ଯେ  ପ୍ରେମ ସଂପର୍କ ଚାଲିଥିବା ମହିଳାଙ୍କଠାରୁ ତାଙ୍କ ପତିଙ୍କର ବୟସ କମ୍ ଏବଂ ଉକ୍ତ ମହିଳା ପତି କାମ କରୁଥିବା ଅଫିସ୍‌ରେ କାମ କରନ୍ତି। ପତି ଏବଂ ତାଙ୍କ ପ୍ରେମିକା ଏକାଠି ରହିବାକୁ ଚାହୁଁଛନ୍ତି। କିନ୍ତୁ ପତ୍ନୀ ଏହାକୁ ବିରୋଧ କରୁଛନ୍ତି।

ତେବେ କିଛି ସମୟର କାଉନ୍ସେଲିଂ ପରେ ଶେଷରେ ସମାଧାନର ରାସ୍ତା ପାଇଥିଲେ କୋର୍ଟ। ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ିବା ପାଇଁ ଏକ ସର୍ତ୍ତ ରଖି ରାଜି ହୋଇଥିଲେ । ଏହି ସର୍ତ୍ତ ଅନୁସାରେ ପ୍ରେମିକା ନିଜ ନାମରେ ଥିବା ଏକ ପ୍ଲଟ୍ ସହ ପାଖାପାଖି ୨୭ ଲକ୍ଷ ଟଙ୍କା ତାଙ୍କ ପ୍ରେମିକଙ୍କ ପତ୍ନୀଙ୍କୁ ଦେଇ ପ୍ରେମିକଙ୍କୁ ନିଜର କରିଥିଲେ।

 କାଉନ୍ସେଲରଙ୍କ କହିବାନୁସାରେ,  କାଉନ୍ସେଲିଂ ସମୟରେ ପତ୍ନୀ କହିଥିଲେ ଯେ ବାହାଘରର ଏତେ ଦିନ ପରେ ଯଦି ପତି ଏବଂ ତାଙ୍କ ଭିତରେ ଭଲ ସମ୍ପର୍କ ରହୁନାହିଁ  । ତେବେ ସେ ପତିଙ୍କ ସହ ରହିବାକୁ ଚାହୁଁ ନାହାନ୍ତି। ତେଣୁ ସେ ଆଗକୁ ତାଙ୍କର ଦୁଇ ଝିଅଙ୍କ ଭବିଷ୍ୟତକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.