ଛାଡପତ୍ର ମାମଲାରେ ଭରଣ ପୋଷଣ ନୁହେଁ ଏହି ଦାବି କଲେ ମହିଳା, ସ୍ତବ୍ଧ ହୋଇଗଲା କୋର୍ଟ, ଜାଣନ୍ତୁ କଣ ତାଙ୍କର ଦାବି

Published By : Prameya-News7 Bureau | July 03, 2019 IST

ନାଦେଡ:  ମହାରାଷ୍ଟ୍ର ନାଦେଡ ଜିଲ୍ଲାରେ ଛାଡପତ୍ର ପାଇଁ କୋର୍ଟରେ ହାଜର ହୋଇଥିବା ଏକ ଦମ୍ପତ୍ତିଙ୍କ ମାମଲା ଏବେ ପାଲଟିଛି ଚର୍ଚ୍ଚାର ବିଷୟ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲେ ପରିସ୍ଥିତି ଛାଡପତ୍ରରେ ପହଞ୍ଚେ। କେତେକ କ୍ଷେତ୍ରରେ ଦମ୍ପତ୍ତି ପରସ୍ପରକୁ ନେଇ ଏତେ ବିତସ୍ପୃହ ହୋଇପଡନ୍ତି ଯେ କେହି କାହାର ମୁହଁ ବି ଦେଖିବାକୁ  ଚାହିଁ ନଥାନ୍ତି। ଏଥିପାଇଁ ସେମାନେ ଛାଡପତ୍ର ପାଇଁ କୋର୍ଟରେ ପହଞ୍ଚୁଥିବା ବେଳେ ଯାହା ବି ମୂଲ୍ୟ ଦେବାକୁ ପଡିବ ସେମାନେ ଦେବାକୁ ପ୍ରସ୍ତୁତ ହୋଇ ଯାଉଛନ୍ତି। ଏଥିରେ ଛାଡପତ୍ର ନେବା ପାଇଁ ଜଣେ ମହିଳା ଯାହା ଦାବି କରିଛନ୍ତି ତାହା କୋର୍ଟଙ୍କୁ ବି ଧର୍ମ ସଂକଟରେ ପକାଇ ଦେଇଛି। ହେଲେ ଆଇନକୁ ଦୃଷ୍ଟିରେ ରଖି କୋର୍ଟ ମହିଳାଙ୍କ ଇଛା ପୁରଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ମହିଳାଙ୍କ ଦାବି ପୁରଣ ହେଲେ ଯାଇ ଛାଡପତ୍ର ହେବ ବୋଲି ତାଙ୍କ ସ୍ୱାମୀଙ୍କୁ ଜଣାଇଦେଇଛନ୍ତି କୋର୍ଟ।

{"id":130207,"width":579,"height":434}

ଛାଡପତ୍ର ପାଇଁ କୋର୍ଟରେ ପହଞ୍ଚିଥିବା ଦମ୍ପତ୍ତି ପେଷାରେ ଡାକ୍ତର। ସେମାନଙ୍କର ପୁଅଟିଏ ବି ଅଛି। ତେବେ ପତ୍ନୀଙ୍କର ସ୍ୱପ୍ନଟିଏ ରହିଛି, ଯାହାକ କେବଳ ତାଙ୍କ ସ୍ୱାମୀ ହିଁ ପୁରଣ କରିପାରିବେ। ଏହି ଇଛା ପୁରଣ କରିବାକୁ ମହିଳା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ମଧ୍ୟ ତାହା ପୁରଣ କରିବାକୁ ମହିଳାଙ୍କୁ ପ୍ରତିଶ୍ରୁତି ଦେଇଥିବା ବେଳେ ଏଥି ନିମନ୍ତେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ପ୍ରତିଶ୍ରୁତି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

{"id":130208,"width":577,"height":360}

ତେବେ ପତ୍ନୀ କରିଥିବା ଦାବି ହେଉଛି ସେମାନଙ୍କର ବିବାହ ବିଚ୍ଛେଦ ପୂର୍ବରୁ ପୁଣି ଥରେ ଗର୍ଭବତୀ ହେବାକୁ ଚାହାଁନ୍ତି। ଯାହା କି କେବଳ ତାଙ୍କର ସ୍ୱାମୀଙ୍କ ଦ୍ୱାରା ସମ୍ଭବ। ହେଲେ ଉଭୟ ପରସ୍ପରର ଏବବେ ମୁହଁ ବି ଦେଖିବାକୁ ପସନ୍ଦ କରୁନାହାନ୍ତି। ଏଥିରେ ମହିଳାଙ୍କ ଏଭଳି ଦାବି ଶୁଣି କୋର୍ଟ ସ୍ତବ୍ଧ ହୋଇଯାଇଥିଲେ। ତଥାପି କୋର୍ଟ ମହିଳାଙ୍କ ଏହି ଦାବି ପୁରଣ ହେବ ବୋଲି କହିଛନ୍ତି। ତେବେ ଏଥର ମହିଳା ସିଧା ଶଳଖ ସ୍ୱାମୀଙ୍କ ଦ୍ୱାରା ଗର୍ଭବତୀ ହେବେନି। ଏଥ ରସେ ଆଇଭିଏଫ ଦ୍ୱାରା ପ୍ରେଗ୍ନେଟ୍ ହେବେ। ଏହା ଦ୍ୱାରା ସ୍ୱାମୀଙ୍କ ସହ ତାଙ୍କୁ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ପଡିବନି, ହେଲେ ମହିଳା ପ୍ରେଗ୍ନେଟ୍ ହେବେ। ତେବେ ଏଥିପାଇଁ ପୁରୁଷଙ୍କର ଶୁକ୍ରାଣୁ ଆବଶ୍ୟକ ପଡିଥାଏ। ତେବେ ଏଥିପାଇଁ ଯାହା ବି ଖର୍ଚ୍ଚ ହେବ ମହିଳା ନିଜେ କରିବେ ବୋଲି କହିଛନ୍ତି। ସେ ତାଙ୍କ ପୁଅକୁ ଗୋଟିଏ ଭାଇ ବା ଭଉଣୀଟିଏ ଦେବାକୁ ଚାହାନ୍ତି । ଯାହାର ଲାଳନ ପାଳନ ମଧ୍ୟ ମହିଳା ନିଜେ କରିବେ ବୋଲି କୋର୍ଟଙ୍କୁ କହିଛନ୍ତି। ଏଥିପାଇଁ ସେ ସ୍ୱାମୀଙ୍କ ଠାରୁ ଟଙ୍କାଟିଏ ବି ଦାବି କରିବେ ନାହିଁ।

{"id":130209,"width":580,"height":297}

ଭାରତୀୟ ଛାଡପତ୍ର ଆଇନରେ ମହିଳାଙ୍କ ଏଭଳି  ଦାବିକୁ ଅଗ୍ରାଧିକାର ଦିଆଯାଇଛି। ଆଇନରେ ଥିବା ପ୍ରାବଧାନକୁ ଦୃଷ୍ଟିରେ ରଖି ମହିଳାଙ୍କ ଦାବିକୁ କୋର୍ଟ ଗ୍ରହଣ କରିଛନ୍ତି। ଏ ନେଇ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ମହିଳାଙ୍କ ଇଛା ପୁରଣ ହେବା ପରେ ହିଁ ଯାଇ ସେମାନଙ୍କ ଛାଡପତ୍ର ନେଇ କୌଣସି ନିଷ୍ପତ୍ତି ହେବ ବୋଲି କୋର୍ଟ ତାଙ୍କ ସ୍ୱାମୀଙ୍କୁ ସଫା ସଫା ଶୁଣେଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.