Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ରେଖାଙ୍କ ଠାରୁ ଆରମ୍ଭ କରି ପୁଲକିତଙ୍କ ପର୍ଯ୍ୟନ୍ତ…. ବିବାହର ବର୍ଷେ ପୂରିବା ପୂର୍ବରୁ ହୋଇଛି ବିଚ୍ଛେଦ

25/07/2021 at 4:14 PM

ନୂଆଦିଲ୍ଲୀ ୨୫/୦୭ : ଆମ ଦେଶରେ ବିବାହର ଅର୍ଥ ହେଉଛି ସାତ ଜନ୍ମର ବନ୍ଧନ । ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କପଲ ଅଛନ୍ତି ଯେଉଁମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ଦୀର୍ଘଦିନ ସାଥିରେ ରହିଛନ୍ତି ଏବଂ ସାତ ଜନ୍ମର ସାଥି ବୋଲି ପ୍ରମାଣିତ କରିଛନ୍ତି । ସେମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ- ଜୟା ବଚ୍ଚନ, ଶାହାରୁଖ ଖାନ-ଗୌରୀ ଖାନ୍, ସହ ଅନେକ ନାମ ମଧ୍ୟ ରହିଛି । ତେବେ ଅନ୍ୟପଟେ  କିଛି ଏମିତି ଦମ୍ପତି ରହିଛନ୍ତି ଯାହାଙ୍କ ବିବାହ ବର୍ଷେ ମଧ୍ୟ ତିଷ୍ଠି ପାରି ନାହିଁ ।

ସାରା ଖାନ୍-ଅଲ୍ଲି ମର୍ଚେଣ୍ଟ : ସାରା ଖାନ ଓ ଅଲ୍ଲି ମର୍ଚେଣ୍ଟ ଦୁହେଁ ଟିଭି ରିଆଲିଟି ଶୋ ‘ବିଗ୍ ବସ’ରେ ବିବାହ କରିଥିଲେ । ଦୁହିଁଙ୍କର ଶୋ ମାଧ୍ୟମରେ ହିଁ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏହା ପରେ ଦୁହେଁ ବିବାହ କରିଥିଲେ । କିନ୍ତୁ ଦୁହିଁଙ୍କର ବିବାହ ୨ ମାସ ପରେ ଭାଙ୍ଗି ଯାଇଥିଲା । ହେଲେ ଏମାନଙ୍କର ଛାଡପତ୍ର ପଛର ଘଟଣା ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

କରଣ ସିଂ ଗ୍ରୋବର ଓ ଶ୍ରଦ୍ଧା ନିଗମ : ଟିଭି ପରଦାରୁ ବଡ ପରଦାକୁ ଏଣ୍ଟ୍ରି କରିଥିବା ଅଭିନେତା କରଣ ସିଂ ଗ୍ରୋବର ପ୍ରଥମ ପତ୍ନୀ ତଥା ଶ୍ରଦ୍ଧା ନିଗମ ସହ ତାଙ୍କର ପ୍ରେମ ସମ୍ପର୍କ ବଢିଥିଲା । କିଛି ଦିନ ଗଲା ପରେ ଦୁହେଁ ବିବାହ ମଧ୍ୟ କରିଥିଲେ । ହେଲେ ଦୁହିଁଙ୍କର ଏହି ସମ୍ପର୍କ ୧୦ ମାସ ପର୍ଯ୍ୟନ୍ତ ମଧ୍ୟ ତିଷ୍ଠି ନଥିଲା । ପରେ ଦୁହିଁଙ୍କର ଛାଡପତ୍ର ହୋଇ ଯାଇଥିଲା । ବର୍ତ୍ତମାନ କରଣ ସିଂ ବଲିଉଡ ଅଭିନେତ୍ରୀ ବିପାଶା ବସୁକୁ ବିବାହ କରିଛନ୍ତି ।

ମନ୍ଦାନା କରିମୀ- ଗୌରବ ଗୁପ୍ତା : ବିଗ୍ ବସ୍ ରେ ନଜର ଆସୁଥିବା ଅଭିନେତ୍ରୀ ମନ୍ଦାନ କରିମୀ ବିଜନେସ୍ ମ୍ୟାନ ଗୌରବ ଗୁପ୍ତାଙ୍କୁ ୨୫ ଜାନୁୟାରୀ, ୨୦୧୭ରେ ବିବାହ କରିଥିଲେ । କିନ୍ତୁ ବିବାହର ୬ ମାସ ପରେ ଦୁହିଁଙ୍କର ସମ୍ପର୍କରେ ଝଡ ସୃଷ୍ଟି ହୋଇଥିଲା । ଏହା ପରେ ମନ୍ଦାନା ଗୌରବଙ୍କ ଉପରେ ଘରୋଇ ହିଂସାର ମାମାଲା ରୁଜୁ କରିଥିଲେ । ପରେ ଖବର ଆସିଥିଲା ଯେ ମନ୍ଦାନାଙ୍କ ଶାଶୁ ଘର ଲୋକେ ତାଙ୍କ ଅଭିନୟ କରିବାକୁ ନେଇ ବିରୋଧ କରୁଥିଲେ ।

ପୁଲକିତ୍ ସମ୍ରାଟ୍-ଶ୍ବେତା ରୋହିରା : ପୁଲକିତ୍ ତାଙ୍କ ଗାର୍ଲଫ୍ରେଣ୍ଡ ଶ୍ବେତାଙ୍କୁ ନଭେମ୍ବରରେ ବିବାହ କରିଥିଲେ । ଦୁହେଁ ବଡ ଗ୍ରାଣ୍ଡ ଭାବେ ବିବାହ କରିଥିଲେ । କିନ୍ତୁ ଏହି ଦୁହିଁଙ୍କର ବିବାହ ଅଧିକ ଦିନ ତିଷ୍ଠି ପାରି ନଥିଲା । ବିବାହର ୧୧ ମାସରେ ଛାଡପତ୍ର ହୋଇଯାଇଥିଲା । ଖବର ଆସିଥିଲା ଯେ ପୁଲକିତ ଓ ୟାମି ଗୌତମଙ୍କ ମଧ୍ୟରେ ସମ୍ପର୍କ ଥିବା ଯୋଗୁଁ ବିବାହରେ ଫାଟ ସୃଷ୍ଟି ହୋଇଥିଲା ।

ରେଖା ଓ ମୁକେଶ ଅଗ୍ରୱାଲ : ୭୦ ଓ ୮୦ ଦଶକର ସୁନ୍ଦରୀ ତଥା ବଲିଉଡର ଏଭରଗ୍ରୀନ ଅଭିନେତ୍ରୀ ରେଖା । ଯାହାକି ତାଙ୍କ ଅଭିନୟ ପାଇଁ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଦିୱାନା। ଦୁହେଁ ବିବାହ ପୂର୍ବରୁ  କିଛି ସମୟ ଏକାଠି ଡେଟ୍ ମଧ୍ୟ କରିଥିଲେ । ୧୯୯୦ ମସିହାରେ ବିଜେନେସ ମ୍ୟାନ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ । ହେଲେ ବିବାହର କିଛି ମାସ ପରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଥିଲା । କୁହାଯାଉଥିଲା ଯେ ମୁକେଶଙ୍କୁ ଗ୍ଲାମରର୍ସ ଲାଇଫ ଖୁବ୍ ପସନ୍ଦ । କିନ୍ତୁ ରେଖା ଏଥିରେ ବୋର ହୋଇଯାଇଥିଲେ । ପରେ ବ୍ୟବସାୟରେ ବହୁ କ୍ଷତି ହେବା ଫଳରେ ହଠାତ୍ ୨ ଅକ୍ଟୋବର ୧୯୯୦ରେ ମୁକେଶ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ । ଦୁହିଁଙ୍କର ବିବାହ ମାତ୍ର ୭ ମାସ ହିଁ ତିଷ୍ଠି ଥିଲା ।

   Related Posts