ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା ପାର୍ବତୀଙ୍କ ବିବାହ ବୈଦିକ ରୀତିନୀତିରେ ସମ୍ପନ୍ନ
8/06/2019 at 11:55 AM

ଭୁବନେଶ୍ବର ୮|୬: ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା ପାର୍ବତୀଙ୍କ ବିବାହ ଶୁକ୍ରବାର ବିଳମ୍ବିତ ରାତିରେ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ସମ୍ପନ୍ନ ହୋଇଛି । ଏକାମ୍ର କ୍ଷେତ୍ର ସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିରରରୁ ରାତି ପ୍ରାୟ ୧୧ଟା ୪୫ମିନିଟରେ ମହାପ୍ରଭୁ ବରଯାତ୍ରୀ ଦଳ ସହ ବାହାରିଥିଲେ । ପାରମ୍ପରିକ ବାଜା ରୋଶଣୀରେ ମହାପ୍ରଭୁଙ୍କ ଶୋଭାଯାତ୍ରା ବଢେଇବାଙ୍କ, ତିନିମୁଣ୍ଡିଆ, ଏକାମ୍ର ବନ ଦେଇ ରାତି ୧୨ଟାରେ କେଦାରଗୌରୀ ମନ୍ଦିରରେ ପହଞ୍ଚିଥିଲା। ସେଠାରେ ମହାପ୍ରଭୁଙ୍କୁ ବାଟବରଣୀ କରି ପାଛୋଟି ନିଆଯାଇଥିଲା। ପରେ ରୀତିନୀତି ସହିତ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ବିଳମ୍ବିତ ରାତିରେ ଦେବଦେବୀଙ୍କ ହାତଗଣ୍ଠି ପଡିଥିଲା।ଆଜି ମା ପାର୍ବତୀଙ୍କୁ ସାଥିରେ ଧରି ମହାପ୍ରଭୁ ଶ୍ରୀଲିଙ୍ଗାରାଜ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ।
Related Posts
ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
20 January 2021
ଟାଇଲ୍ ବୋହିବା ବେଳେ ଚାପି ହୋଇଗଲେ ଶ୍ରମିକ : ଜଣେ ମୃତ, ଦୁଇ ଗୁରୁତର
20 January 2021