ସମୁଦ୍ରରୁ ମିଳିଲା ୯୦୦ ବର୍ଷ ପୁରୁଣା ଖଣ୍ଡା, ରହସ୍ୟ ଖୋଜୁ ଖୋଜୁ ବୁଡାଳିଙ୍କ ହାତରେ ଲାଗିଲା...

Published By : Prameya-News7 Bureau | October 20, 2021 IST

ନୂଆଦିଲ୍ଲୀ ୨୦/୧୦: ବେଳେବେଳେ ଆମ ହାତରେ କେତେକ ଐତିହାସିକ ଜିନିଷ ପଡିଯାଏ। ସେହି ସମୟରେ ଆମେ ତାହାର ମୂଲ୍ୟ ଜାଣି ପାରୁନାହୁଁ। କିନ୍ତୁ ପରେ ଏହା ଜଣାଯାଏ ଯେ ଏହା କୌଣସି ଐତିହାସିକ ଖଜାନା। ଏପରି ଜଣେ ସନ୍ତରଣକାରୀ ଇସ୍ରାଏଲ୍ ସମୁଦ୍ର ଭିତରୁ ଏକ ଶତାବ୍ଦୀ ପୁରୁଣା ଖଣ୍ଡା ପାଇଛନ୍ତି। କୁହାଯାଉଛି ଏହି ଖଣ୍ଡା ଧର୍ମଯୁଦ୍ଧ ସମୟରେ ଯୁଦ୍ଧ କରିଥିବା ଜଣେ ସୈନିକଙ୍କର ଅଟେ।

ସୂଚନା ଅନୁଯାୟୀ, ଶ୍ଲୋମି କାଟଜିନ୍ ନାମକ ଜଣେ ସନ୍ତରଣକାରୀ ଯେତେବେଳେ ସମୁଦ୍ରର ପ୍ରାୟ ୨୦୦ ମିଟର ଗଭୀରତାରେ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ କିଛି ଅଦ୍ଭୁତ ଜିନିଷ ନଜର ଆସିଥିଲା। ସମୁଦ୍ରର ତଳ ଭାଗକୁ ଯାଇ ଦେଖିଥିଲେ, ଏହା ଏକ ଖଣ୍ଡା ଥିଲା।

ଶ୍ଲୋମି କାଟଜିନ ଖଣ୍ଡାଟିକୁ ଦେଖି ବୁଝିଯାଇଥିଲେ ଯେ ତାହା ଶତାବ୍ଦୀ ପୁରୁଣାର ଖଣ୍ଡା। ଏହା ଉପରେ ସମସ୍ତ ଜିନିଷର ଅବଶେଷ ଲାଗି ରହିଥିଲା। କାଟଜିନ୍ ଖଣ୍ଡାଟିକୁ ବାହାର କରି ଇସ୍ରାଏଲର ପ୍ରତ୍ନତତ୍ତ୍ୱ ବିଭାଗର ଲୋକଙ୍କୁ ଦେଖାଇଥିଲେ। ଖଣ୍ଡା ଦେଖି ସେ କହିଥିଲେ ଯେ ଏହା ପ୍ରାୟ ୯୦୦ ବର୍ଷ ପୁରୁଣାର ଖଣ୍ଡା। ହୁଏତ ଖଣ୍ଡାଟି ସେହି ସମୟରେ ସୈନିକଙ୍କ ହାତରୁ ଖସି ଯାଇଥିବ ଯେତେବେଳେ ସେ ଧର୍ମଯୁଦ୍ଧ କିମ୍ବା କ୍ରୁସେଡ୍ ସମୟରେ ଯୁଦ୍ଧ କରୁଥିବେ।

ଇସ୍ରାଏଲ୍ ଆଣ୍ଟିକ୍ ଅଥରିଟିର ରବରୀ ପ୍ରିଭେନସନ୍ ୟୁନିଟ୍ ଇନ୍ସପେକ୍ଟର ନିର୍ ଡିଷ୍ଟଫେଲ୍ଡ କହିଛନ୍ତି, ଏହା ଏକ ସୁନ୍ଦର ଏବଂ ବିରଳ ସନ୍ଧାନ। ଖଣ୍ଡାଟି ଭଲ ଅବସ୍ଥାରେ ସଂରକ୍ଷିତ ହୋଇଛି। ଅଧିକାରୀଙ୍କ କହିବାନୁସାରେ, ଖଣ୍ଡାଟି ଧର୍ମଯୁଦ୍ଧର ଜଣେ ସୈନିକଙ୍କର ଥିଲା ଏଥିରେ କୌଣସି ସନ୍ଦେହ ନାହିଁ। ଏହି ଖଣ୍ଡାଟିରେ ୧ ମିଟର ଲମ୍ବା ବ୍ଲେଡ୍ ଏବଂ ୩୦ ସେମି ଲମ୍ବା ହ୍ୟାଣ୍ଡଲ୍ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.