ଏହି ସବୁ ଖାଦ୍ୟ ଖାଉଛନ୍ତି କି : ତେବେ ହୋଇପାରେ କ୍ୟାନସର, ସତର୍କ ରହନ୍ତୁ

Published By : Prameya-News7 Bureau | December 04, 2018 IST

ଆମେ ଯାହା ସବୁ ଖାଇଥାଉ ତାହା କେବଳ ଆମ ଓଜନ,ତ୍ବଚା ଏବଂ ବାଳ ଉପରେ ପ୍ରଭାବ ପକାଇନଥାଏ ଏହା ପୂରା ଆମ ସ୍ବାସ୍ଥ୍ୟ ,ଏବଂ ଖାଦ୍ୟପେୟ ସହ ଜଡ଼ିତ। ଖରାପ ଖାଦ୍ୟପେୟର ଅଭ୍ୟାସ ଯୋଗୁଁ ବର୍ତ୍ତମାନ କ୍ୟାନସର ରୋଗ ଦୃତ ଗତିରେ ବ୍ୟାପିବାରେ ଲାଗିଛି। କ୍ୟାନସରରୁ ବଞ୍ଚିବା ପାଇଁ ଆମକୁ ଏହି ସବୁ ଖାଦ୍ୟରୁ ଦୂରେଇ ରହିବାକୁ ପଡ଼ିବ। ୧.ସାଚ୍ୟୁରେଟେଡ୍ ଫ୍ୟାଟ୍: ଚର୍ବିଜାତୀୟ ଜାତୀୟ ଖାଦ୍ୟ ଖାଇବା ଦ୍ବାରା ଫୁସଫୁସ୍ ଜନିତ କ୍ୟାନସର ହେବାର ସମ୍ଭାବନା ଅଧିକ ଥାଏ। ଯଦି ଆପଣ ଏଥିରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଫ୍ରେଞ୍ଚ ଫ୍ରାଇ ଖାଇବାଠାରୁ ଦୂରରେ ରୁହନ୍ତୁ। ୨.ଆଲକୋହଲ୍: କେବଳ ଗୋଟିଏ ଗ୍ଲାସ୍ ଆଲକୋହଲ୍ ମିଶ୍ରିତ ପାନୀୟ ପିଇବା ଦ୍ବାରା ବ୍ରେଷ୍ଟ କ୍ୟାନସରର ଆଶଙ୍କା ଦେଖାଯାଇଥାଏ। ତେଣୁ ଯଥାସମ୍ଭବ ଆଲକୋହଲଠୁ ଦୂରରେ ରୁହନ୍ତୁ। ୩. ଆଳୁ ଛଣାଭଜା: ଆଳୁଭଜା ସମସ୍ତଙ୍କ ଏକ ପ୍ରିୟ ଖାଦ୍ୟ ଭାବେ ଜଣା। କିନ୍ତୁ ଏହା ଅତ୍ୟଧିକ ଖାଇବା ଶରୀର ପକ୍ଷେ କ୍ଷତିକାରକ। ଆଳୁକୁ ଭାଜିବା ପରେ ସେଥିରେ ଯେଉଁ କୁରକୁରା ଅଂଶ ଥାଏ ତାହା ଆପଣଙ୍କୁ ସୁଆଦିଆ ଲାଗିପାରେ କିନ୍ତୁ ଷ୍ଟାର୍ଚ ଥିବା ଖାଦ୍ୟ ଉଚ୍ଚତାପରେ ଭଜାହୁଏ ସେଥିରେ ଆକ୍ରିଲାମିଡ ଜାତ ହୋଇଥାଏ। ଏହା ଏକ ରାସାୟନିକ ପଦାର୍ଥ ଯାହା କ୍ୟାନସରର ସମ୍ଭାବନାକୁ ବଢ଼ାଇଦେଇଥାଏ। ଷ୍ଟାର୍ଚ ଥିବା ପଦାର୍ଥକୁ ଅଧିକ ମାଟିଆ ନକରି ହାଲୁକା ମାଟିଆ କରି ଭାଜିବା ଉଚିତ୍। ୪.ଅତ୍ୟଧିକ ଗରମ ଥିବା କଫି: ଅତ୍ୟଧିକ ଚା ଓ କଫି ପିଉଥିବା ବ୍ୟକ୍ତିମାନେ ସତର୍କ ହୋଇଯାଆନ୍ତୁ। ଚା ଓ କଫି ପିଇବା ସେତେ ହାନିକାରକ ନୁହେଁ। କିନ୍ତୁ ଯଦି ଆପଣଙ୍କୁ ଅଧିକ ଗରମ ଚା ଓ କଫି ପିଇବା ପସନ୍ଦ ଥାଏ ତେବେ ଏହି ଅଭ୍ୟାସ ତୁରନ୍ତ ଛାଡ଼ନ୍ତୁ। କାରଣ ଏହା ଦ୍ବାରା କ୍ୟାନସରର ଆଶଙ୍କା ଥାଏ। ଯଦି ଆପଣ ଅତ୍ୟଧିକ ଗରମ ଜିନିଷ ନିଜ ଗଳା ଦ୍ବାରା ଗ୍ରହଣ କରୁଛନ୍ତି ତେବେ ଏହାଦ୍ବାରା ଖାଦ୍ୟନଳୀ ପ୍ରଭାବିତ ହେବାର ଆଶଙ୍କା ଦେଖାଯାଇପାରେ। ୫.ଥଣ୍ଡା ପାନୀୟ ବା କୋଲ୍ଡ ଡ୍ରିଙ୍କସ୍: ଏହା ସେମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଯେଉଁମାନେ ଗୋଟିଏ ବୋତଲ କୋଲ୍ଟ ଡ୍ରିଙ୍କସ୍ ନ ପିଇଲେ ତାଙ୍କ ଖାଦ୍ୟ ହଜମ ହୋଇନଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣଙ୍କ ପ୍ରିୟ କୋଲ୍ଡ ଡ୍ରିଙ୍କସ୍ କ୍ୟାନରେ ୧୦ଚାମଚ ଚିନି ଥାଏ। କୋଲ୍ଡ ଡ୍ରିଙ୍କସରେ ଥିବା କୃତ୍ରିମ ମିଠା କରୁଥିବା ପଦାର୍ଥ ଥିବାରୁ ଏହା କ୍ୟାନସରର ସମ୍ଭାବନା ବଢ଼ାଇଥାଏ ଏବଂ ଏଥିଯୋଗୁଁ ହୃଦଘାତ ଏବଂ ମେଦବହୁଳତା ହୋଇଥାଏ। ୬. ପ୍ୟାକେଟରେ ଥିବା ମାଂସ: ଏଥିରେ କୈାଣସି ସନ୍ଦେହ ନାହିଁ ଯେ ପ୍ୟାକେଟରେ ଥିବା ମାଂସ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। ସଲାମି ଏବଂ ବେକନ୍ ନାମକ ମାଂସରେ ନାଇଟ୍ରେଟ ଏବଂ ନାଇଟ୍ରାଇଟ ଭଳି ରାସାୟନିକର ମାତ୍ରା ଅଧିକ ଥିବାରୁ ଏହା ବିଭିନ୍ନ ପ୍ରକାରର କ୍ୟାନସର କରାଇଥାଏ। ୭.ମାଇକ୍ରୋଓ୍ବେଭ ପପକର୍ଣ୍ଣ: ମାଇକ୍ରୋଓ୍ବେଭରେ ୩ମିନିଟରେ ପ୍ରସ୍ତୁତ ହେଉଥିବା ପପକର୍ଣ୍ଣ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ପପକର୍ଣ୍ଣ କ୍ଷତିକାରକ ହୋଇନଥାଏ ବରଂ ଏହାର ପ୍ୟାକେଟ କ୍ଷତିକାରକ ହୋଇଥାଏ। ଯେତେବେଳେ ଆପଣ ପପକର୍ଣ୍ଣ ପ୍ୟାକେଟକୁ ମାଇକ୍ରୋଓ୍ବେଭରେ ଗରମ କରନ୍ତି ସେତେବେଳେ ପ୍ୟାକେଟରେ ଥିବା ରାସାୟନିକ ପଦାର୍ଥ ପପକର୍ଣ୍ଣରେ ମିଶିଯାଆନ୍ତି ଫଳରେ ସେଥିରେ ପରଫ୍ଲୋରେନେଟେଡ୍ ଉପାଦାନ ଥାଏ ଯାହା କ୍ୟାନସରର ମୁଖ୍ୟ କାରଣ ହୋଇଥାଏ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.