Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

ବର୍ଷେ ପର୍ଯ୍ୟନ୍ତ ସ୍ମାର୍ଟ ଫୋନ ବ୍ୟବହାର ନକଲେ ମିଳିବ ୭୨ ଲକ୍ଷ ଟଙ୍କା ପୁରସ୍କାର; ଜାଣନ୍ତୁ କେମିତି …

17/12/2018 at 4:54 PM

ଆଜିକା ଦୁନିଆରେ ମୋବାଇଲ ଫୋନ ଲୋକଙ୍କ ପାଇଁ ନିହାତି ଜରୁରୀ | ଦିନର ଅଧିକାଂଶ ସମୟ ଫୋନରେ ହିଁ କଟିଥାଏ | କୋକାକୋଲାର ଭିଟାମିନ ୱାଟର ନାମକ ଏକ କମ୍ପାନୀ ଫୋନ ବ୍ୟବହାର ନକରିବା ପାଇଁ ଏକ ପୁରସ୍କାର ଘୋଷଣା କରିଛି | ଏହି କମ୍ପାନୀ ୭୨ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରିଛି |


ତେବେ ଏହି ପୁରସ୍କାର ଜିତିବା ପାଇଁ କମ୍ପାନୀର କିଛିଟା ନିୟମ ରହିଛି | ପୁରସ୍କାର ଜିତିବା ପାଇଁ ଆମେରିକୀୟ କମ୍ପାନୀର ସର୍ତ ହେଲା ଯେ, ଆପଣ ସ୍ମାର୍ଟ ଫୋନ ବ୍ୟବହାର କରିବେ ନାହିଁ | ଏହି କମ୍ପାନୀ ସ୍କ୍ରଲ ଫ୍ରି ନାମକ ଏକ ପ୍ରତିଯୋଗିତା ଆରମ୍ଭ କରିଛି | ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଲା ଲୋକଙ୍କ ମଧ୍ୟରୁ ସ୍ମାର୍ଟ ଫୋନ ବ୍ୟବହାର କରିବାର ଅଭ୍ୟାସ ଛଡ଼େଇବା | ତେବେ ଏହି ପୁରସ୍କାର ରାଶି ପାଇବା ପାଇଁ ଦିନେ କି ଦୁଇଦିନ ନାହିଁ ବରଂ ଗୋଟିଏ ବର୍ଷ ପାଇଁ ସ୍ମାର୍ଟ ଫୋନର ବ୍ୟବହାର ଛାଡିବାକୁ ପଡିବ |


ଏହି ପ୍ରତିଯୋଗିତାରେ ପ୍ରବେଶ କରିବା ସମୟସୀମା ୨୦୧୯ ମସିହା ଜାନୁଆରୀ ୮ତାରିଖ ପର୍ଯ୍ୟନ୍ତ ରହିଛି | ପ୍ରତିଯୋଗିତାରେ ପ୍ରବେଶ ପାଇଁ କ୍ରିଏଟିଭ ଟ୍ୱିଟ କିମ୍ବା ଇଷ୍ଟଗ୍ରାମରେ ପୋଷ୍ଟ କରିବାକୁ ପଡିବ | ଏଣ୍ଟ୍ରି ପାଇଁ ମନୋନୀତ ହେଲେ ସ୍ମାର୍ଟ ଫୋନ ଛାଡି ବର୍ଷେ ରହିବାକୁ ହେବ |


ତେବେ ପ୍ରତିଯୋଗିତାରେ ମନୋନୀତ ହୋଇଥିବା ପ୍ରତିଯୋଗୀ ୧୯୯୬ ମସିହାର ଫୋନ ବ୍ୟବହାର ପାଇଁ ଦିଆଯିବ | ଯେଉଁଥିରେ ପ୍ରତିଯୋଗୀ ଫୋନରେ ଯୋଗାଯୋଗ କରିପାରିବେ | ତେବେ ଏଥିରେ ଆପଣ ଇଣ୍ଟରନେଟ ଚଳେଇ ପାରିବେନାହିଁ କି ଗୀତ ଶୁଣି ପାରିବେ ନାହିଁ | ଏକଥା ଆପଣ ବି ଜାଣିଥିବେ | ଏଥିରେ କେବଳ କଥା ହେଇ ପାରିବେ | ପ୍ରତିଯୋଗୀଙ୍କୁ ଗୋଟିଏ ଦିନ ଛୁଟି ଦିଆଯାଇଛି | ଏହି ଛୁଟି ଦିନରେ ସେ କମ୍ପ୍ୟୁଟର, ଲାପଟପ ବ୍ୟବହାର କରିପାରିବେ | ଚାହିଁଲେ ଗୁଗୁଲ ହୋମ କିମ୍ବା ଆଲେକ୍ସା ଡିଭାଇସ ମଧ୍ୟ ବ୍ୟବହାର କରିପାରିବେ | କିନ୍ତୁ ମୋବାଇଲ କିମ୍ବା ଟାବଲେଟ ବ୍ୟବହାର କରିପାରିବେ ନାହିଁ |


ପ୍ରତିଯୋଗିତାରେ ଏଣ୍ଟ୍ରି ପାଇଁ ଆପଣ ଯେଉଁ ଟ୍ୱିଟ କିମ୍ବା ଇନ୍ଷ୍ଟଗ୍ରାମ ପୋଷ୍ଟ କରିବେ ସେଥିରେ # ଟ୍ୟାଗ ଦେଇ NoPhoneForaYear ଏବଂ ଆପଣ କେମିତି ଫୋନ ବିନା ବର୍ଷେ ରହିବେ ତାହା ଲେଖିବାକୁ ହେବ |
ଯଦି ଆପଣ ସ୍ମାର୍ଟ ଫୋନ ବିନା ୬ ମାସ ବି ରହି ପାରୁଛନ୍ତି ତାହେଲେ କମ୍ପାନୀ ଆପଣଙ୍କୁ ୭.୨ ଲକ୍ଷ ଟଙ୍କା ଦେବାର ସମ୍ଭାବନା ରହିଛି | 


କମ୍ପାନୀ କହିବା ଅନୁଯାୟୀ, ପ୍ରତିଯୋଗିତାରେ ଭାଗ ନେବା ପାଇଁ ତିନିଟି ପ୍ରକ୍ରିୟାରେ ପ୍ରତିଯୋଗୀଙ୍କୁ ଜଜ କରାଯିବ | ଏଥିରେ କ୍ରିଏଟିଭିଟି, ଅରିଜିନାଲିଟି ଏବଂ ହ୍ୟୁମର ସାମିଲ ଅଛି | ଏଥିରେ ଯିଏ ସବୁଠାରୁ ଅଧିକ ସ୍କୋର କରିବେ ସେ ଜିତିବେ |


ତେବେ ବର୍ଷେ ପର୍ଯ୍ୟନ୍ତ ଆପଣ ଫୋନ ବ୍ୟବହାର କରିନଥିବା କମ୍ପାନୀ କେମିତି ଜାଣିବ ?
ଆପଣ ବର୍ଷେ କାଳ ସ୍ମାର୍ଟ ଫୋନ ବ୍ୟବହାର କରିଛନ୍ତି ନା ନାହିଁ ସେ ନେଇ କମ୍ପାନୀ ଲାଏ ଡ଼ିଟେକ୍ଟର ଟେଷ୍ଟ କରିବ | ଏହା ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ହେବ | ଲାଏ ଡ଼ିଟେକ୍ଟର ଟେଷ୍ଟରେ ପାସ ହୋଇଗଲେ ପୁରସ୍କାର ମିଳିବ ନହେଲେ ଫେଲ |

   Related Posts