Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଏଠାରେ ଭଗବାନଙ୍କ ବଦଳରେ ପୂଜା ପାଇଥାନ୍ତି ଲଙ୍କାପତି, ବିଜୟା ଦଶମୀରେ ହୋଇଥାଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

15/10/2021 at 1:52 PM

ଭୋପାଳ ୧୫/୧୦: ସାରା ଦେଶରେ ଅନେକ ରାଜ୍ୟରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ଯେଉଁଠି ବିଜୟା ଦଶମୀରେ ସମଗ୍ର ଦେଶରେ ରାବଣ ପୋଡି ପାଳନ କରାଯାଏ । ସେଠି ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଠି ଦେବତା ଭଳି ପୂଜା ପାଉଛନ୍ତି ଲଙ୍କାଧିପତି । ଭଗବାନଙ୍କ ରାମ ଲଙ୍କେଶ୍ୱର ରାବଣଙ୍କ ବଧ ପରେ ବିଜୟାଦଶମୀର ପର୍ବ ପାଳନ କରାଯାଇଥାଏ ।

ହେଲେ ଆଜି ବି ମଧ୍ୟ ରାବଣ ଏବଂ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ପୂଜା କରିବାର ପରମ୍ପରା ରହିଛି । ମଧ୍ୟପ୍ରଦେଶର ଭିଦିଶା ଏବଂ ରାଜଗଡ ସହିତ କିଛି ଅନ୍ୟ ସ୍ଥାନରେ ଏମିତି ପରମ୍ପରା ରହିଛି । ଗାଁର ଲୋକେ ଆଜି ରାବଣ ଦହନ କରନ୍ତି ନାହିଁ ବରଂ ସ୍ୱତନ୍ତ୍ର ଭାବେ ଲଙ୍କେଶ୍ୱରଙ୍କ ପୂଜାର୍ଚ୍ଚନା କରନ୍ତି । ସୂଚନା ଥାଉକି, ମଧ୍ୟ ପ୍ରଦେଶର ଭିଦିଶା ଜିଲ୍ଲାର ନଟେରନ ତହସିଲରେ ରହିଛି ରାବଣ ଗ୍ରାମ ।

ଏଠାରେ ବିଜୟାଦଶମୀ ଦିନ ରାବଣର ପୂଜା କରାଯାଏ । ରାବଣ ଗ୍ରାମରେ ଏକ ଶୋଇଥିବା ପ୍ରତୀମା ରହିଛି, ଯାହାକୁ ରାବଣ ରୂପରେ ପୂଜା କରାଯାଏ । ଏହି ଗାଁରେ କୌଣସି ବି ଶୁଭ କାର୍ଯ୍ୟ ରାବଣ ମନ୍ଦିରରେ ପୂଜା ପରେ ହିଁ ଆରମ୍ଭ ହୋଇଥାଏ । ଭିଦିଶାର ଗଞ୍ଜବାସୌଦା ନିକଟରେ ପତିଲା ନାମକ ଏକ ଗାଁ ରହିଛି । ଏଠାରେ ରାବଣର ପୁଅ ମେଘନାଦର ଚବୁତରା ରହିଛି । ଚବୁତରା ହେଉଛି ଏକ ସ୍ତମ୍ଭ । ଯାହାକୁ ମେଘନାଦର ପ୍ରତୀକ ବୋଲି ମାନିଥାନ୍ତି ଏଠାକାର ଲୋକେ ।

ବିଜୟାଦଶମୀରେ ଏହାକୁ ସ୍ୱତନ୍ତ୍ର ପୂଜା କରାଯାଏ । ଗାଁ ଲୋକଙ୍କ ଅନୁଯାୟୀ, କୌଣସି ଶୁଭ କାମ ପୂର୍ବରୁ ବାବା ମେଘନାଦଙ୍କ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ଯେତେବେଳେ ରାବଣ ଯେତେବେଳେ ଯୋଧପୁରର ମାଣ୍ଡୋରକୁ ବିବାହ କରିବାକୁ ଆସିଥିଲେ । ସେତେବେଳେ ଏହି ବ୍ରାହ୍ମଣମାନେ ତାଙ୍କ ସହିତ ଶୋଭାଯାତ୍ରାରେ ଆସିଥିଲେ । ରାବଣଙ୍କୁ ବିବାହ କରିବା ପରେ ଲଙ୍କାକୁ ଫେରିଗଲେ । କିନ୍ତୁ ଏହି ଲୋକମାନେ ଏଠାରେ ହିଁ ରହିଗଲେ ।

ତା’ପରେ ଏଠାରେ ଥିବା ଗୋଦା ଗୋଟାର ଶ୍ରୀମାଲି ବ୍ରାହ୍ମଣମାନେ ରାବଣର ବିଶେଷ ପୂଜା କରି ଆସୁଛନ୍ତି । ଏପରିକି ଶ୍ରଦ୍ଧାଳୁମାନେ ଆଜିର ଦିନରେ ରାବଣଙ୍କ ଶ୍ରାଦ୍ଧ, ତର୍ପଣ ଇତ୍ୟାଦି କରିଥାନ୍ତି । ସେହିଭଳି ରାଜସ୍ଥାନରେ ଯୋଧପୁରରେ ମଧ୍ୟ ରାବଣର ଏକ ମନ୍ଦିର ନିର୍ମାଣ କରାଯାଇଛି । ସେଠାରେ ପୂଜାପାଠ କରାଯାଏ । ଏଠାରେ ଥିବା ଶ୍ରୀମାଲି ବ୍ରାହ୍ମଣ ସମ୍ପ୍ରଦାୟ ନିଜକୁ ରାବଣର ବଂଶୋଧର ବୋଲି କହାଥାନ୍ତି । ଏବଂ ମନ୍ଦୋର ତାଙ୍କର ଶ୍ୱଶୁର ଘର ବୋଲି ଚର୍ଚ୍ଚା ହୁଏ ।

୨୦୦୮ ମସିହାରେ ମେହେରଙ୍ଗର, ଯୋଧପୁରର ଗୋଦାମର ବ୍ରାହ୍ମଣମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଶିବଙ୍କୁ ପୂଜା କରିବାବେଳେ ଏଠାରେ ରାବଣର ଏକ ବିରାଟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ମନ୍ଦିରର ପୁରୋହିତମାନେ କହିଛନ୍ତି ଯେ ଦଶହରାରେ ରାବଣ ବଦ୍ଧ ପରେ ଲୋକମାନେ ପଇତା ବଦଳାଇବା ସହ ସ୍ନାନ କରିଥାନ୍ତି । କେବଳ ସେତିକି ନୁହେଁ ମନ୍ଦିରରେ ବିଶେଷ ଉପାସନା ମଧ୍ୟ କରିଥାନ୍ତି । ରାବଣ ମଧ୍ୟ ଶିବଙ୍କର ଜଣେ ଭକ୍ତ ଥିଲେ । ତେଣୁ ଏଠାରେ ଶିବଙ୍କର ମଧ୍ୟ ବିଶେଷ ଉପାସନା କରାଯଏ । ସେହିବଳି ରାବଣଙ୍କ ମନ୍ଦିର ସମ୍ମୁଖରେ ମନ୍ଦୋଦରୀଙ୍କ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି ।

   Related Posts