କେନ୍ଦ୍ରାପଡାରେ ବାତ୍ୟା ‘ଅମ୍ଫାନ୍’ ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ଜିଲ୍ଲା ପର୍ଯ୍ୟବେକ୍ଷକ, କହିଲେ ହୋଇନି ବ୍ୟାପକ କ୍ଷୟକ୍ଷତି

Published By : Prameya-News7 Bureau | May 21, 2020 IST

କେନ୍ଦ୍ରାପଡା ୨୧।୫: କେନ୍ଦ୍ରାପଡାରେ ବାତ୍ୟା ‘ଅମ୍ଫାନ୍’ ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ହେମନ୍ତ ଶର୍ମା । ବାତ୍ୟା ଯୋଗୁଁ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ସେ ସୂଚନା ଦେଇଛନ୍ତି । ସେହିପରି ଜିଲ୍ଲାର ସମୁଦ୍ର ଉପକୂଳ ୨୦ ପଞ୍ଚାୟତର ୭୦ ଗୋଟି ଗାଁରେ ବାତ୍ୟାଜନିତ କ୍ଷୟକ୍ଷତି ହୋଇଥିବା ନଜରକୁ ଆସିଛି । ଏହିସବୁ ଅଞ୍ଚଳରେ ଗଛ ଉପୁଡି ପଡିବା ଯୋଗୁଁ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ।

{"id":273273,"sizeSlug":"large"}

ଗତକାଲି ମଧ୍ୟରାତ୍ରିରୁ ସହରାଞ୍ଚଳରେ ବିଦ୍ୟୁତ୍ ଯୋଗାଣ ସ୍ଵାଭାବିକ କରାଯିବା ପାଇଁ କାମ ଆରମ୍ଭ ହୋଇଥିବାବେଳେ  ଆଜି ଗ୍ରାମାଞ୍ଚଳର ବିଦ୍ୟୁତ୍ ଯୋଗାଣ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପକ୍ଷରେ ବାତ୍ୟା ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ ୨୫ଟି ଟିମ୍ ନିୟୋଜିତ ହୋଇଛନ୍ତି ।

{"id":273276,"sizeSlug":"large"}

ଜିଲ୍ଲାରେ କୌଣସିଠାରେ ବଡ ଧରଣର କ୍ଷତିର ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇନାହିଁ । ସେହିପରି ବର୍ଷା ଓ ପବନରେ ପ୍ରଭାବିତ ହୋଇଥିବା ଖରାଦିନିଆ ପନିପରିବାର ଉପଯୁକ୍ତ ଆକଳନ କରି ଚାଷୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.