ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨ ଦିନ ପାଇଁ ସଟଡାଉନ୍‌

Published By : Prameya-News7 Bureau | July 24, 2020 IST

ବାଣପୁର୨୪/୭: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କରୋନା ମହାମାରୀ ତାଣ୍ଡବ ମଚାଉଛି । ଦିନକୁ ଦିନ କରୋନା ଯୋଦ୍ଧାଙ୍କ ସହ ଲୋକାଲ କେସ ବଢ଼ିବାରେ ଲାଗିଛି ।ଗତକାଲି ବାଣପୁର ମେଡିକାଲରୁ ପୁଣି ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୁଇ ଦିନ ପାଇଁ ସଟ ଡ଼ାଉନ ଘୋଷଣା କରାଯାଇଅଛି ବୋଲି ଖୋର୍ଦ୍ଧା CDMO ଡ଼ାଃ ବିଶ୍ୱରଞ୍ଜନ ପତି ସୂଚନା ଦେଇଛନ୍ତି । ଗତକାଲି ରାତିରୁ  ୨୫ ତାରିଖ ରାତି ପର୍ଯ୍ୟନ୍ତ ବାଣପୁର ସରକାରୀ ହସ୍ପିଟାଲ ର ଅନ୍ତର୍ବିଭାଗ ଏବଂ ବହିର୍ବିଭାଗ ବନ୍ଦ ରହିବ କେବଳ କାଜୁଆଲିଟି ୱାର୍ଡ ଖୋଲା ରହିବ । ଉକ୍ତ ଦୁଇ ଦିନରେ ଆକ୍ରାନ୍ତଙ୍କ ସଂସ୍ପର୍ଶ ରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ, ସ୍ୱାବ ସଂଗ୍ରହ ଏବଂ ବିଶୋଧନ କାର୍ଯ୍ୟ କରାଯିବ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.