୯ ଜଣ ଡାକ୍ତରଙ୍କ ସହ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ: ୩ ଦିନ ପାଇଁ ମୁଖ୍ୟ ଚିକିତ୍ସାଳୟ ସଟ୍‌ଡାଉନ୍‌

Published By : Prameya-News7 Bureau | September 22, 2020 IST

କେନ୍ଦ୍ରପଡା୨୨/୯: କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ୩ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କଲେ ଡାକ୍ତରଖାନର କର୍ତ୍ତୁପକ୍ଷ। ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ହସ୍ପିଟାଲ କର୍ତ୍ତୁପକ୍ଷଞ ଏହି ନିଷ୍ପତ୍ତି ନେଇଛନ୍ତି l ଆଜି ଅପରାହ୍ନ ୪ ଟାରୁ ଆସନ୍ତା ୨୫ ତାରିଖ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ହସ୍ପିଟାଲ ବନ୍ଦ ରହିବ ବୋଲି ମୁଖ୍ୟ ଫାଟକରେ ବ୍ୟାନର ଟାଙ୍ଗୀ ସୂଚନା ଦିଆଯାଇଛି l

ତେବେ ଏହି ସମୟ ମଧ୍ୟରେ ଜରୁରୀ ସେବା ବିଭାଗ ଓ ଫିଭର କ୍ଲିନିକ୍ ଖୋଲା ରହିବ l ଜଣେ ରୋଗୀ ସହିତ ଜଣେ ସମ୍ପର୍କୀୟଙ୍କୁ ମେଡିକାଲ ଭିତରକୁ ଯିବା ପାଇଁ ସୁଯୋଗ ଦିଆଯିବ l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ଓ ସର୍ଜରୀ ବିଭାଗର ୯ ଜଣ ଡାକ୍ତର ଏବଂ କର୍ମଚାରୀ କରୋନା ପଜିଟିଭ୍‌ ବାହାରିବା ପରେ ମେଡିକାଲକୁ ବନ୍ଦ କରିବା ସହିତ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ ବୋଲି ସିଡିଏମଓ ଅନିତା ପଟ୍ଟନାୟକ ସୂଚନା ଦେଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.