ସାମାଜିକ ଦୂରତ୍ବ ନିୟମ ଉଲଂଘନ କରିବା ଅଭିଯୋଗରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

Published By : Prameya-News7 Bureau | April 14, 2020 IST

ଭଦ୍ରକ୧୪/୪: ଲକ୍‌ଡାଉନ୍‌ରେ କାର୍ଯ୍ୟନିର୍ବାହୀ ଅଧିକାରଙ୍କୁ ନିଲମ୍ବନ କଲେ ଭଦ୍ରକ ଜିଲ୍ଲାପାଳ। ସରକାରୀ ଅନୁଦାନ ହିତାଧିକାରୀଙ୍କୁ ଦେବା  ସମୟରେ ସାମାଜିକ ଦୂରତ୍ବ ଅବଲମ୍ବନ କରିନଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ  ଅଧିକାରୀ ଜଣଙ୍କ ହେଉଛି ଧାମନଗର ବ୍ଲକ କଲ୍ୟାଣୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ।

ସେହିପରି ଲକଡାଉନ୍ ନିୟମ ଉଲଙ୍ଘନ ଅଭିଯୋଗରେ ୮ ଜଣଙ୍କୁ ଗିରଫ ସହ ଗୋଟିଏ ଚାରି ଚକିଆ ଯାନକୁ ଜବତ କରିଛି ଭଦ୍ରକ ଟାଉନ ପୋଲିସ। ରାତି  ସମୟରେ ଅମାନିଆ ଭାବେ ସହରରେ ବୁଲୁଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.