ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ବୈଠକ: ଶାନ୍ତି ଶୃଙ୍ଖଳାରେ କାର୍ଯ୍ୟ କରିବାକୁ ପରାମର୍ଶ

Published By : Prameya-News7 Bureau | November 07, 2020 IST

ଝାରସୁଗୁଡ଼ା୬/୧୧: ଝାରସୁଗୁଡା ଜିଲ୍ଲାରେ ଚଳିତ ବର୍ଷ ଖରିଫ ଋତୁରେ ୫୫୮୮୨୩ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ୪୧ଟି ଧାନ କ୍ରୟ କେନ୍ଦ୍ର ଓ ୩୨ଟି ସମବାୟ ସମିତି ଜରିଆରେ ଧାନ କିଣାଯିବ ବୋଲି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆଜି ଜିଲ୍ଲା ଡି ଏମ୍ ଏଫ ଅଡିଟୋରିଅମରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲଷ୍ମୀନାରାୟଣ ପଟେଲ , ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର , ବରଗଡ଼ ସାଂସଦ ପ୍ରତିନିଧି ରଘୁନନ୍ଦନ ପଣ୍ଡା , ବ୍ରଜରାଜନଗର ବିଧାୟକଙ୍କ ପ୍ରତିନିଧି ବିଶ୍ୱନାଥ ନାୟକ , ଚାଷୀ ପ୍ରତିନିଧି , ମିଲର , ଚାଷୀ ଓ ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଚାଷୀ ପ୍ରତିନିଧି ଓ ଚାଷୀମାନେ ଧାନ ବିକ୍ରୟ କେନ୍ଦ୍ରରେ ଆନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରିବା , ଚାଷୀଙ୍କୁ ଆଗୁଆ ବସ୍ତା ଯୋଗାଇଦେବା , ବଳକା ଧାନର ବିକ୍ରି ପାଇଁ ବ୍ୟବସ୍ଥା କରାଯିବା , ଧାନ ବିକ୍ରୟ କ୍ଷେତ୍ରରେ କୌଣସି ଅସୁବିଧା ଉପୁଜିଲେ ତୁରନ୍ତ ଏହାର ସମାଧାନ କରିବା ପାଇଁ ଜଣାଇଥିଲେ ।

ଚାଷୀମାନେ ମିଲକୁ ଶୁଖିଲା ଓ ପରିଷ୍କାର ଧାନ ଆଣିବାକୁ ପରାମର୍ଶ ଦେବା ସହ ମିଲର ନିଜେ କିମ୍ବା ସେମାନଙ୍କର ପ୍ରତିନିଧି ଉପସ୍ଥିତ ରହିବାକୁ ଜିଲ୍ଲାପାଳ କହିଥିଲେ । ଶାନ୍ତି ଶୃଙ୍ଖଳାରେ ଧାନ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ ପାଇଁ ଆରକ୍ଷୀ ଅଧିକ୍ଷକ ସମସ୍ତଙ୍କର ସହଯୋଗ କାମନା କରିବା ସହ କେହି ବାଣ ଗଛିତ କରି ନରଖିବାକୁ ପରାମର୍ଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.