ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

Published By : Prameya-News7 Bureau | October 29, 2021 IST

ପୁରୀ ୨୯।୧୦: ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ସ୍ଥାନୀୟ ସଦଭାବନା ସଭାଗୃହରେ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଏବଂ ଉପ ଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ଏବଂ ଦୁର୍ନୀତି ନିବାରଣ ଶାଖା ଉପ-ଆରକ୍ଷୀ ଅଧିକ୍ଷକ ଶିଶିର କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷର ବିଷୟ ବସ୍ତୁ "ସ୍ବତନ୍ତ୍ର ଭାରତ @ ୭୫: ସତ୍ୟନିଷ୍ଠାରୁ ଆତ୍ମନିର୍ଭରତା" ଶୀର୍ଷକ ଉପରେ ଆଲୋଚନା କରିଥିଲେ ।

{"id":535191,"sizeSlug":"full","linkDestination":"none"}

ସ୍ବାଧିନତାର ୭୫ବର୍ଷ ମଧ୍ୟରେ ଭାରତ ଆଜି ବହୁକ୍ଷେତ୍ରରେ ପ୍ରଗତି ହାସଲ କରିପାରିଛି । ଉନ୍ନତିର ସର୍ବ ସଫଳତା ପ୍ରକୃତ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍ବଚ୍ଛତା ଓ ସାଧୁତା ପ୍ରତ୍ୟେକ କ୍ଷେତ୍ରରେ ବଜାୟ ରଖିବା ପାଇଁ ସର୍ବୋକୃଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଉଛି । ସଚ୍ଚୋଟତା ଛାତ୍ର ଜୀବନରୁ ପାଳନ କରାଗଲେ ରାଷ୍ଟ୍ରର ସର୍ବ ମଙ୍ଗଳ ସାଧନ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

{"id":535192,"sizeSlug":"full","linkDestination":"none"}

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆୟୋଜିତ ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ସମସ୍ତ ଅଧିକାରୀ ଓ କର୍ମଚାରୀ ସାଧୁତାର ଶପଥ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.