Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||

ବନ୍ଦ ହେବ ଝାରସୁଗୁଡା ଜିଲ୍ଲାର ୧୦୦ ବର୍ଷର ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ସମସ୍ତ ଡାକ୍ତରଙ୍କୁ ପ୍ରତ୍ୟାହାର ପାଇଁ ଲାଗିଲା ନୋଟିସ

15/07/2019 at 3:02 PM

ଝାରସୁଗୁଡା ୧୫/୭: ଶେଷରେ ବନ୍ଦ ହେବାକୁ ଯାଉଛି ଝାରସୁଗୁଡା ଜିଲ୍ଲାର ୧୦୦ ବର୍ଷର ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଆଜି ଠାରୁ ଏହି ଡାକ୍ତରଖାନାରେ ନିୟୋଜିତ ସମସ୍ତ ଡାକ୍ତରଙ୍କୁ ପ୍ରତ୍ୟାହାର କରି ନିଆଯିବାକୁ ନୋଟିସ ଲାଗିଛି । ଗତବର୍ଷ ଜାନୁଆରୀ ୪ ତାରିଖରେ ବାଲିଜୋରି ଠାରେ ନିର୍ମିତ ବହୁତମ ପ୍ରାସାଦ ବିଶିଷ୍ଟ ଡାକ୍ତରଖାନାକୁ ବନ୍ଦ ନ କରିବାକୁ ଆନ୍ଦୋଳନ ହୋଇଥିଲା ।

  ସମସ୍ତ ସୁବିଧା ରହିଥିବା ପୁରାତନ ଡାକ୍ତରଖାନାକୁ ବନ୍ଦ ନକରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ । ଦୀର୍ଘଦିନ ର ଆନ୍ଦୋଳନ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଏହାକୁ ୨୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରିବାକୁ ଘୋଷଣା କରିଥିଲେ । କିନ୍ତୁ ଗତ ମେ ମାସରେ ପୁରୁଣା ଡାକ୍ତରଖାନାରୁ ଡାକ୍ତର ପ୍ରତ୍ୟାହାର ସହ ସମସ୍ତ ଆସବାବପତ୍ର ସ୍ଥାନାନ୍ତର କରି ଦିଆଯାଇ ଥିଲା । ସେତେବେଳେ ପୁନଃ ଲୋକଙ୍କ ଦ୍ୱାରା ବିରୋଧ କରାଯାଇଥିଲା ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସାମୟିକ ଭାବେ ୫ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇ ସହରାଞ୍ଚଳରେ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉଥିଲା । କିନ୍ତୁ ଦୁଇ ଦିନ ତଳେ ଡାକ୍ତରଖାନା ପରିସରରେ ଡାକ୍ତର ପ୍ରତ୍ୟାହାର ସମ୍ପର୍କିତ ନୋଟିସ କୁ ବ୍ୟାନର ମାଧ୍ୟମରେ ଲଗାଇବା ପରେ ସହରାଞ୍ଚଳ ରେ ରୋଗୀ ସେବା ବିପର୍ଯ୍ୟସ୍ତ ହେବା ଆଶଙ୍କା କରିବା ସହ ରୋଗୀ ଓ ସମ୍ପର୍କୀୟ ମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

   Related Posts