Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପିସି ନଦେଲେ ପାସ୍ ହେଉନି ବିଲ୍‌, ଜିପିଟିଏ ଏବଂ ଜିଆରଏସଙ୍କୁ ପଞ୍ଚାୟତରେ ତାଲା ପକାଇଲେ ଜିଲ୍ଲା ପରିଷଦ ସଦସ୍ୟା

4/03/2021 at 2:45 PM

ପାଟଣା, ୦୪/୦୩: ରାଜ୍ୟରେ ଦିନକୁ ଦିନ ପିସି କାରବାର ଅର୍ଥାତ ଲାଞ୍ଚ କାରବାର ବଢ଼ିବାରେ ଲାଗିଛି । ପିସି ନଦେଲେ ବିଲ ପାସ ହେବା ସହଜ ହେଉ ନାହିଁ । କେନ୍ଦୁଝରରେ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଜିପିଟିଏ ଏବଂ ଜିଆରଏସଙ୍କୁ ଜିଲ୍ଲା ପରିଷଦ ସଦସ୍ୟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିବା ଜଣାପଡ଼ିଛି ।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତର ଜିପିଟିଏ ମୋନାଲିସା ଚକ୍ର ଓ ଜିଆରଏସ୍ ନିର୍ମଳ ମହାନ୍ତଙ୍କୁ ଅଫିସ କାର୍ଯ୍ୟାଳୟରେ ତାଲା ପକାଇ ବା ସହ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଜିଲ୍ଲା ପରିଷଦ ସଦସ୍ୟା ଡଲି ପାତ୍ର । ଜିଲ୍ଲା ପରିଷଦ ସଦସ୍ୟାଙ୍କ ଅଭିଯୋଗ ଅନୁଯାୟୀ, ଗତ ଡିସେମ୍ବର ମାସରେ ସେ ଏସଏଫସି ଫଣ୍ଡ୍‌ ଅନୁଦାନରୁ ଡିସେମ୍ବର ମାସରେ ପଞ୍ଚାୟତର ଖୁଣ୍ଟାପଡା ଗ୍ରାମର ଠାକୁରାଣୀ ଶାଳରେ ୨ ଲକ୍ଷ ୬୦ ହଜାର ଟଙ୍କାର ଏକ ପାଚେରୀ ନିର୍ମାଣ କାର୍ଯ୍ୟ କରିଥିଲେ । ଦୀର୍ଘ ଦିନ ହେବ ପଞ୍ଚାୟତର ଜିପିଟିଏ ମୋନାଲିସା ଚକ୍ର ତାଙ୍କ ବିଲକୁ ପାସ ନ କରାଇବା ସହ ପିସି ମାଗୁଥିବା ସେ ଅଭିଯୋଗ ଆଣିଛନ୍ତି । ପିସି ନଦେବାରୁ ତାଙ୍କୁ ସେମାନେ ହଇରାଣ ହରକତ  କରୁଥିଲେ ।

ଏଥିରେ ଉତ୍ୟକ୍ତ ହୋଇ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ୧୧ ଟାରୁ ଜିଲ୍ଲା ପରିଷଦ ସଦସ୍ୟା ତାଲା ପକାଇଛନ୍ତି । ଫଳରେ ପଞ୍ଚାୟତ ସମ୍ମୁଖରେ ଚାପା ଉତ୍ତେଜନା ଦେଖା ଦେଇଛି । ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ଥାନା ପୋଲିସ, ପାଟଣା ବ୍ଲକ  ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ ପହଞ୍ଚି ମୁଖ୍ୟ ଫାଟକର ତାଲା ଭଙ୍ଗିବା ସହ ବନ୍ଦ କାର୍ଯ୍ୟାଳୟରୁ ଜେଇ ଓ ଜିଆରଏସ୍‌ଙ୍କୁ ଉଧାର କରିଥିବା ଜଣାପଡ଼ିଛି ।

   Related Posts