ଜମ୍ମୁ-କାଶ୍ମୀରରେ ହେବ ଜିଲ୍ଲା ପରିଷଦ ନିର୍ବାଚନ, ଘୋଷଣା କଲେ EC, ପାକ୍‌ ଶରଣାର୍ଥୀ ଦେଇପାରିବେ ଭୋଟ

Published By : Prameya-News7 Bureau | November 04, 2020 IST

ଶ୍ରୀନଗର ୪।୧୧:  ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ କେନ୍ଦ୍ରଶାସିତ ରାଜ୍ୟର ଅନ୍ୟ ଗତିବିଧି ମଧ୍ୟ ଆରମ୍ଭ ହୋଇଛି। ଏହିକ୍ରମରେ ଜମ୍ମୁ-କାଶ୍ମୀରରେ ୭୩ତମ ସମ୍ବିଧାନ ସଂଶୋଧନ ମଧ୍ୟ ଲାଗୁ ହେବାକୁ ଯାଉଛି। ଏହି ଅନୁସାରେ କେନ୍ଦ୍ରଶାସିତ ରାଜ୍ୟରେ ଜିଲ୍ଲା ପରିଷଦ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ବୁଧବାର ଘୋଷଣା କରିଛନ୍ତି। 

{"id":356220,"sizeSlug":"large"}

ନିର୍ବାଚନ କମିଶନ କେ.କେ.ଶର୍ମାଙ୍କ ଘୋଷଣା ଅନୁସାରେ କେନ୍ଦ୍ର ଶାସିତ ପ୍ରଦେଶରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ଆସନ୍ତା ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୯ରେ ଶେଷ ହେବ। ଏ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇ ଶର୍ମା କହିଛନ୍ତିଯେ ଏହି ନିର୍ବାଚନ ଲାଗି ସକାଳ ୭ଟାରୁ ଭୋଟ ଗ୍ରହଣ ହେବ ଯାହା ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ। ନିର୍ବାଚନ ଲାଗି ସମସ୍ତ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କୁ ଛିଡା କରିପାରିବେ। ସେହିପରି ଗତ ଲୋକସଭା ନିର୍ବାଚନ ପରି ଏହି ନିର୍ବାଚନରେ କାଶ୍ମୀରରେ ଅବସ୍ଥାନ କରୁଥିବା ପଶ୍ଚିମ ପାକିସ୍ତାନର ଶରଣାର୍ଥୀ ମଧ୍ୟ ଭୋଟ ଦେଇପାରିବେ।

{"id":356221,"width":576,"height":432,"sizeSlug":"large"}

କେନ୍ଦ୍ର ଶାସିତ ଜମ୍ମୁ-କାଶ୍ମୀରରେ ୭୩ ତମ ସମ୍ବିଧାନ ସଂଶୋଧନ ଗତ ୨୮ ବର୍ଷ ହେଲା ଲାଗୁ ହୋଇପାରି ନାହିଁ। ଏଥିଲାଗି ସମସ୍ତ ବ୍ୟବସ୍ଥା ଅଧପନ୍ତରିଆ ରହିଛି। ତେବେ ଗତବର୍ଷ ରାଜ୍ୟରୁ ଧାରା ୩୭୦ ପ୍ରତ୍ୟାହାର ପରେ ଏହାର ଲାଭ ରାଜ୍ୟର ନାଗରିକଙ୍କୁ ମିଳୁଛି। ଜିଲ୍ଲା ବିକାଶ ପରିଷଦ ନିମନ୍ତେ ସରକାର ପ୍ରତି ଜିଲ୍ଲା ଲାଗି ୧୪ଟି ସିଟ୍‌ ନିର୍ଦ୍ଧାରିତ କରିଛନ୍ତି। 

{"id":356222,"sizeSlug":"large"}

ନିର୍ବାଚନ କମିଶନ ଶର୍ମାଙ୍କ ସୂଚନା ଅନୁଯାୟୀ ଏହି ନିର୍ବାଚନରେ ସାଧାରଣ ଭୋଟର ମତଦାନକେନ୍ଦ୍ରକୁ ଯାଇ ଭୋଟ ଦେଇପାରିବେ। ତେବେ ଶାରୀରିକ ଅକ୍ଷମ, ବୟସ୍କ ଓ କରୋନା ଆକ୍ରାନ୍ତ ମତଦାତାଙ୍କ ଲାଗି ପୋଷ୍ଟାଲ ଭୋଟ ବ୍ୟବସ୍ଥା କରାଯିବ। ତେବେ ଜିଲ୍ଲା ବିକାଶ ପରିଷଦ ସଭାପତିଙ୍କୁ ରାଷ୍ଟ୍ରମନ୍ତ୍ରୀ ମାନ୍ୟତା ପ୍ରଦାନକୁ ବିଭିନ୍ନ ରାଜନୈତିକ ଦଳ ବିରୋଧ କରିଛନ୍ତି। କାରଣ ଏହା ଦ୍ୱାରା ବିଧାୟକଙ୍କ କ୍ଷମତା ହ୍ରାସ ହେବ ବୋଲି ରାଜନୈତିକ ଦଳମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.