ମାଡ଼ି ଆସୁଛି ୟାସ୍: ଗାଡି ଚଳାଚଳ ଉପରେ କଟକଣା ଲଗାଇଲେ ଜିଲ୍ଲାପାଳ

Published By : Prameya-News7 Bureau | May 25, 2021 IST

ଯାଜପୁର ୨୫।୦୫: ମାଡ଼ି ଆସୁଛି ବାତ୍ୟା ୟାସ୍। ଏହା ଆସନ୍ତାକାଲି ଧାମନା ନିକଟ ଦେଇ ସ୍ଥଳଭାଗରେ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ବାତ୍ୟା ପ୍ରଭାବରେ ଦ୍ରୁତ ଗତିରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ଚଣ୍ଡିଖୋଲରୁ ବାଲେଶ୍ୱର ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

{"id":457026,"sizeSlug":"large","linkDestination":"none"}

ଆଜି ରାତି ୧୨ଟାରୁ କାଲି ପୂର୍ବାହ୍ନ ୧୨ ଯାଏଁ ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ଉପରେ ସଂପୂର୍ଣ୍ଣ ଭାବରେ କଟକଣା ଲାଗିଛି।  ଚଣ୍ଡିଖୋଲରୁ ବାଲେଶ୍ୱରକୁ କୌଣସି ଗାଡ଼ି ଛଡାଯିବନି।  କେବଳ ଅତି ଜରୁରୀ କାର୍ଯ୍ୟରେ ବ୍ୟବହୃତ ଗାଡିକୁ ଛଡାଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର କହିଛନ୍ତି।

{"id":457027,"sizeSlug":"large","linkDestination":"none"}

ଜିଲ୍ଲାପାଳ କହିଛନ୍ତି ଯେ, ବାତ୍ୟାର ବିପଦକୁ ଦୃଷ୍ଟିରେ ରଖି ୧୨ ଘଣ୍ଟା ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ଲୋକଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ତେଣୁ ଆପଣଙ୍କୁ ଅନୁରୋଧ କରୁଛୁ ଯେ, ଆପଣ ସେହି ଅନୁସାରେ ନିଜର ଯାତ୍ରା ନେଇ ପ୍ରସ୍ତୁତି କରନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.