ଚିନ୍ତା ବଢାଉଛି ଲୋକାଲ କେସ୍, ୩ ବ୍ୟାଙ୍କ ସିଲ୍ କଲା ପ୍ରଶାସନ

Published By : Prameya-News7 Bureau | July 24, 2020 IST

ଭଦ୍ରକ ୨୪।୦୭:  ଭଦ୍ରକରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଏବେ ମୁଣ୍ଡ ବ୍ୟଥାର କାରଣ ପଲଟିଛି। ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ମଧ୍ୟରେ  ଗତ ୩ଦିନ ମଧ୍ୟରେ ଭଦ୍ରକରେ ୩ଟି ଵ୍ୟାଙ୍କ ର କର୍ମଚାରୀଙ୍କ  କରୋନା ପଜିଟିଭି  ଚିହ୍ନଟ ହୋଇଛନ୍ତି। ଏହାକୁ ଲକ୍ଷ୍ୟ କରି ଆଜି ଜିଲ୍ଲା ପ୍ରଶାସନ ଭଦ୍ରକ ସହରରେ ତିନୋଟି ବ୍ୟାଙ୍କ ସିଲ୍ କରିଛି।

ଜିଲ୍ଲା ପ୍ରଶାସନ ସହର ଡାହାଣୀଗଡିଆ ସ୍ଥିତ  ICICI, ବାଇପାସ ସ୍ଥିତ HDFC ବ୍ୟାଙ୍କ ଓ  ରାଜଘାଟ ସ୍ଥିତ BANK OF BARODA ବ୍ୟାଙ୍କକୁ ସିଲ କରିଛି। ICICI ବ୍ୟାଙ୍କରେ ୩ଜଣ, HDFC ବ୍ୟାଙ୍କ ଓ    BANK OF BARODA ବ୍ୟାଙ୍କରେ  ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପରେ ଅଧିକ ସଂକ୍ରମଣକୁ ଲକ୍ଷ୍ୟ ରଖି  ଜିଲ୍ଲା ପ୍ରଶାସନ ୩ଟି ବ୍ୟାଙ୍କ ସିଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.