ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ, ଅଭିଯୋଗ ପତ୍ର ଦାଖଲ ପାଇଁ ବକ୍ସ ବ୍ୟବସ୍ଥା ଆରମ୍ଭ
29/07/2020 at 2:40 PM

ସମ୍ବଲପୁର୨୯/୭: ସମ୍ବଲପୁର ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ । ଏଥର ଆଉ ସିଧାସଳଖ କର୍ମଚାରୀ ବା ଅଧିକାରୀଙ୍କ ଭେଟି ପାରିବେନି ଅଭିଯୋଗ କର୍ତ୍ତା। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏପରି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ତେବେ ଅଭିଯୋଗ ଦାଖଲ ପାଇଁ ବକ୍ସ ବ୍ୟବସ୍ଥା ଆରମ୍ଭ ହୋଇଛି । ଅଭିଯୋଗକାରୀ ବା ଜନସାଧାରଣ ଅଭିଯୋଗ ପତ୍ର ବକ୍ସରେ ପକାଇବେ ବା ମେଲ୍ ଜରିଆରେ କିମ୍ବା ଫୋନ୍ ଜରିଆରେ ଅଭିଯୋଗ ଦାଖଲ କରି ପାରିବେ।
ଏହାସହ ଆସନ୍ତା ଅଗଷ୍ଟ ୩୧ ତାରିଖ ଯାଏଁ ଜିଲ୍ଲାପାଳଙ୍କ ଅଫିସଙ୍କୁ ଜନସାଧାରଣଙ୍କ ପ୍ରବେଶ ସକାଶେ ବାରଣ କରାଯାଇଛି । ଏନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପୋଲିସ ମୁତୟନ କରାଯିବ । ଯେମିତି ଜିଲ୍ଲାପାଳଙ୍କ ଅଫିସରେ ପ୍ରତି ସୋମବାର ଗ୍ରିଭାନ୍ସ ହେଉଥିଲା ରାଜ୍ୟ ସରକାରଙ୍କର କରୋନା ଗାଇଡ୍ ଲାଇନ ଯୋଗୁଁ ତାହା ବନ୍ଦ ରହିଛି | ଫଳରେ ଲୋକେ କେମିତି ହଇରାଣ ନହେବେ ସେ ନେଇ ଏହି ବ୍ଯବସ୍ଥା ହୋଇଛି |