ହଟିବ ଜବରଦଖଲ : ଜିଲ୍ଲା ପ୍ରଶାସନ ଆରମ୍ଭ କରିଦେଇଛି ପ୍ରସ୍ତୁତି

Published By : Prameya-News7 Bureau | August 18, 2019 IST

କେନ୍ଦ୍ରାପଡା ୧୮/୮: କେନ୍ଦ୍ରାପଡା ସହରରୁ ହଟିବ ଜବରଦଖଲ । ଜବରଦଖଲରେ ଥିବା ସରକାରୀ ଜାଗାକୁ ନେଇ ସହରର ସୌନ୍ଦର୍ଯ୍ୟକରଣ କରାଯିବ । ଏଥିପାଇଁ ଜିଲ୍ଲାପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି ।  ସରକାରୀ ଜାଗାକୁ ମାଡିବସିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ବି ନିଆଯିବ ଦୃଢ କାର୍ଯାନୁଷ୍ଠାନ । ସହରର ତିନିମୁହାଣୀ, ମହିପାଳ, ବସଷ୍ଟାଣ୍ଡ, ସାଆନ୍ତ ସାହି, ବଳଗଣ୍ଡି, ଖଡିଅଙ୍ଗ ଓ ଇଛାପୁର ପ୍ରଭୃତି ଅଞ୍ଚଳରେ ଜବରଦଖଲରେ ଥିବା ଅନେକ ଜାଗାକୁ ଏହା ଭିତରେ ଚିହ୍ନଟ କରାଯାଇଛି।

{"id":145685}

କେନ୍ଦ୍ରାପଡା ପୌରାଞ୍ଚଳରେ ଜବରଦଖଲ ପାଲଟିଛି ମୁଖ୍ୟ ସମସ୍ୟା।ସହରର ବିଭିନ୍ନ ସରକାରୀ ପ୍ଲଟ୍ ଦୀର୍ଘ ବର୍ଷ ଧରି ଜବରଦଖଲକାରୀଙ୍କ  କବଜାରେ  । ଏହି ସବୁ ସ୍ଥାନରେ  ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠିଛି । କେତେକ ସ୍ଥାନରେ ହୋଇଛି ସ୍ଥାୟୀ ନିର୍ମାଣ । ଜବରଦଖଲ ପାଇଁ  ସହରର ରାସ୍ତାଘାଟ ଅଣଓସାରିଆ ହୋଇପଡ଼ିଛି । ପାର୍କିଂ ସମସ୍ୟା କଥା ନକହିବା ଭଲ । ପୂର୍ବରୁ ବହୁବାର ସହର ମଧ୍ୟରେ ଜବରଦଖଲ ଉଛେଦ ହୋଇଛି । ତେବେ ସେହି ସବୁ ସ୍ଥାନ ବ୍ୟବହାର ହୋଇ ନପାରି ପଡିରହିବା ଯୋଗୁଁ ପୁନର୍ବାର ଜବରଦଖଲକାରୀଙ୍କ କବଜାକୁ ଚାଲି ଯାଇଛି ।

{"id":145686}

କେନ୍ଦ୍ରାପଡା ସହରକୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସହରର କଲେଜ୍ ଛକ, ତିନିମୁହାଣୀ, କଜଳା, ମହିପାଳ, ନୂଆ ବସଷ୍ଟାଣ୍ଡ, କଚେରୀ ରୋଡ, ସାଆନ୍ତ ସାହି, ଇଛାପୁର, ମେଡିକାଲ ରୋଡ ପ୍ରଭୃତି ଅଞ୍ଚଳରେ ସରକାରୀ ଜମି ଜବରଦଖଲରେ ରହିଛି ।  ୟା ଭିତରେ ଜିଲ୍ଲାପାଳ ନିଜେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ସହରର ସମସ୍ତ ଜବରଦଖଲ ଅଞ୍ଚଳକୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦଶେ ଦେଇଛନ୍ତି । ସରକାରୀ ଜମିକୁ ଜବରଦଖଲକାରୀଙ୍କ କବଳରୁ ମକ୍ତ କରିବା ପରେ ସେଠାରେ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ଜବରଦଖଲ ଉଛେଦ ସମୟରେ ପ୍ରତିରୋଧକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ନିଆଯିବ ।  

{"id":145687}

ସହର ଉପକଣ୍ଠ ଦୁହୁରିଆ, ବାଲିଆ, ଚାନ୍ଦୋଳ, ଗୋପ, ଛତାଛକ ପ୍ରଭୃତି ଅଞ୍ଚଳରୁ ମଧ୍ୟ ଖୁବ୍ ଶୀଘ୍ର ଜବରଦଖଲ ଉଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିବ ଜିଲ୍ଲା ପ୍ରଶାସନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.