ରାତିଦିନ ଚାଲିଥିଲା ଚୋରା ବାଲିଚାଲାଣ, ଜିଲ୍ଲା ପ୍ରଶାସନ ଚଢାଉ କରି ଜବତ କଲା ଟ୍ରକ-ହାଇଓ୍ୱା-ଟ୍ରାକ୍ଟର

Published By : Prameya-News7 Bureau | June 25, 2020 IST

ସାଲେପୁର ୨୫।୦୬ : ଦୀର୍ଘ ଦିନରୁ ଚାଲିଥିଲା ରାତି ଅଧରେ ଚୋରା ବାଲି ଚାଲାଣ ।ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ସହ ଅଞ୍ଚଳ ପ୍ରଦୂଷଣ ହେଉଥିଲା। ସବୁ ଜାଣି ଶୁଣି ନିଦା ବିଷ୍ଣୁ ପାଲଟିଥିଲା ତହସିଲ ପ୍ରଶାସନ। ଆଉ ମାଲେମାଲ୍ ହେଉଥିଲେ ଚୋରା ବାଲି ମାଫିଆ।

{"id":291448,"sizeSlug":"large"}

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ସାଲେପୁର ତହସିଲ ଅନ୍ତର୍ଗତ ଚିତ୍ରୋତ୍ପଳା ନଦୀ ଓ ମହାନଦୀ  ବାରବୋଡିଆ, ତେନ୍ତୋଳ, କୁରୁଳି ଓ କଟକ କାଠଯୋଡ଼ି ନଦୀ ଘାଟରୁ ଅନେକ ଦିନରୁ ଚାଲିଥିଲା ଚୋରା ବାଲି ଚାଲାଣ କାରବାର। ଆଉ ସକ୍ରିୟ ହୋଇଥିଲେ ଚୋରା ବାଲି ଚାଲାଣ ମାଫିଆ। ସ୍ଥାନୀୟ ସାଲେପୁର ତହସିଲ ପ୍ରଶାସନକୁ ଜଣାଥିଲେ ମଧ୍ୟ ନେଉନଥିଲା କୌଣସି କାର୍ଯ୍ୟାନୁଷ୍ଠାନ। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପେଶାଲ ସ୍କାର୍ଡ ଦ୍ବାରା ବିଳମ୍ବିତ ରାତିରେ ୨ଟି ବାଲି ବୋଝେଇ ଟ୍ରାକ୍ଟର ସହ ୧୪ ଟି ହାଇଓ୍ୱା, ୩ଟି ପଥର ଟ୍ରକକୁ ଜବତ କରିଛି। ଜବତ ଟ୍ରାକ୍ଟର ଓ ହାଇଓ୍ୱାକୁ ସାଲେପୁର ତହସିଲ କାର୍ଯ୍ୟାଳୟରେ ରଖାଯାଇଛି।

{"id":291449,"sizeSlug":"large"}

 ତହସିଲଦାର ଏବଂ ଆରଆଇଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ କିନ୍ତୁ ସେମାନେ କୌଣସି ପ୍ରତିକ୍ରିୟା ଦେବାକୁ ସଫା ସଫା ମନା କରିଦେଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି ତହସିଲ ପ୍ରଶାସନ ନାକ ତଳେ ଦୀର୍ଘ ଦିନରୁ କୋଟି କୋଟି ଟଙ୍କାର ଚୋରା ବାଲି ଚାଲାଣ ଚାଲିଥିଲା ଆଉ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିଲେ ।ସେଥିପାଇଁ କ'ଣ ସାଲେପୁର ତହସିଲ ପ୍ରଶାସନ ଦାୟୀ ନୁହେଁ କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.