Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭଦ୍ରକ ତିହିଡିରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଶାଖା ଉପରେ ଜିଲ୍ଲା ପ୍ରଶାସନର ଚଢାଉ

3/12/2018 at 11:53 AM

ଭଦ୍ରକ ୦୩|୧୨: ଢେଙ୍କାନାଳ ବେଲଟିକିରି ସ୍ଥିତ ସେଲଟର ହୋମରେ ଯୌନ ନିର୍ଯାତନା ଘଟଣା ସାମ୍ନାକୁ ଆସିବା ପରେ ଏବେ ସାରା ରାଜ୍ୟରେ ଥିବା ସେଲଟର ହୋମ ଗୁଡ଼ିକ ଉପରେ କଡ଼ା ନଜର । ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ନନ୍ଦପୁରରେ ଥିବା ଗୁଡ୍ ନ୍ୟୁଜ୍  ଇଣ୍ଡିଆ ଶାଖା ଉପରେ ଭଦ୍ରକ ଜିଲ୍ଲା ପ୍ରଶାସନ ଚଢାଉ କରିଛି । ଉପଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ୫ଜଣିଆ ଦଳ ଚଢାଉ ଜାରି ରଖିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏହି ସେଲଟର ହୋମ୍ ରେ ସମୁଦାୟ ୧୬୪ ଜଣ ଅଛନ୍ତି । ସେଥୁରୁ ୭୯ ଜଣ ବାଳିକା ଓ ୮୫ଜଣ ବାଳକ ବୋଲି ଜଣାପଡିଛି । ଏମାନେ ସମସ୍ତେ ୫ରୁ ୨୫ବର୍ଷ ମଧ୍ୟର । ଏହା ମଧ୍ୟ ଜଣାପଡିଛି ଯେ, ୨୦୧୫ ମସିହାରୁ ସେଲଟର ହୋମ୍ ର ଲାଇସେନ୍ସ ସରିଯାଇଛି । ଉପଜିଲ୍ଲାପାଳ ସଂପୂର୍ଣ୍ଣ ତଦନ୍ତ ସାରିବା ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ । ଏହାପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

   Related Posts