Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଘୁମୁସର ଜିଲ୍ଲା ଗଠନ ପାଇଁ ପୁଣି ଉଠିଲା ସ୍ୱର, ଦାବି ରଖିଲେ ବିଭିନ୍ନ ସଂଗଠନ

23/10/2021 at 2:29 PM

ଭଞ୍ଜନଗର ୨୩।୧୦: ଘୁମୁସର ଜିଲ୍ଲା ଗଠନ ପାଇଁ ପୁଣି ଉଠିଲା ସ୍ୱର । ଗୌରବମୟ ଇତିହାସ , ସ୍ମାରକୀ , ତଥା ଭିତ୍ତିଭୂମି ରହିଥିବା ଘୁମୁସୁର ସ୍ୱତନ୍ତ୍ର ଜିଲ୍ଲାର ଯୋଗ୍ୟତା ରଖେ । ଏହି ଦାବି ଦୋହରାଇ ଘୁମୁସର ଜିଲ୍ଲା ଗଠନ ପାଇଁ ପୁଣି ଉଠିଛି ଦାବି । ଅଞ୍ଚଳର ଅନେକ ସଂଗଠନ ସରକାରଙ୍କ ନିକଟରେ ଏହି ଦାବି ଉପସ୍ଥାପନା କରିଆସୁଥିବା ବେଳେ ସ୍ୱତନ୍ତ୍ର ଜିଲ୍ଲାର ସଂଗଠନର ସ୍ୱରକୁ ଶାଣିତ କରିଛନ୍ତି ।    

ସାହିତ୍ୟ, ସଂସ୍କୁତି ପରମ୍ପରା ସହ ଅନେକ ବରପୁତ୍ରଙ୍କ ଜନନୀ ଘୁମୁସର । ଗୌରବମୟ ଇତିହାସ ଏବଂ ଭିତ୍ତିଭୂମି ଏହାର ସାମର୍ଥ୍ୟ ଓ ଯୋଗ୍ୟତା । କିନ୍ତୁ ପ୍ରଶାସନିକ ସମସ୍ୟା ଅଞ୍ଚଳବାସୀଙ୍କ ପାଇଁ ବଡ ଅସୁବିଧା । ଏହି ଯୁକ୍ତି ରଖି ପୁଣି ଥରେ ଘୁମୁସର ଜିଲ୍ଲା ଗଠନ ପାଇଁ ଅଞ୍ଚଳ ର ବରିଷ୍ଟ ନାଗରିକ, ବୁଦ୍ଧିଜୀବୀ, ଓକିଲ ସଂଘ, ସାମ୍ବାଦିକ ସରକାର ଙ୍କ ଠାରେ ଦାବି ରଖିଛନ୍ତି ।

ସେହିପରି ଭଞ୍ଜନଗର ଘୁମୁସରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ ସ୍ୱାଧୀନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜନ୍ମସ୍ଥାନ l  ବିଜୁବାବୁଙ୍କ ପୈତୃକ ଗାଁ ନୁଆଁଗାଁ ଏହାର ଅନ୍ତର୍ଗତ। ଘୁମୁସରର ପଶୁମୁଖା ନୃତ୍ୟ ଦେଶ ବିଦେଶରେ ଖୁବ୍‌ ପରିଚିତ । ଏପରି ପୁଣ୍ୟ ଭୂମି ହୋଇ ମଧ୍ୟ ଏହାକୁ ଜିଲ୍ଲାର ମାନ୍ୟତା ମିଳିନାହିଁ ।

ତେବେ ମୁଖ୍ୟ ସମସ୍ୟାଟି ହେଲା ଭଞ୍ଜନଗର ଆଖପାଖ ଉପାନ୍ତ ଅଞ୍ଚଳର ଲୋକଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଦୂରତା ପ୍ରାୟ ୧୫୦ କିମି । ତେଣୁ ଲୋକେ ପ୍ରାଶାସନିକ ସହାୟତା ପାଇବାରେ ବଞ୍ଚିତ ହେଉଛନ୍ତି l ଏହିପରି ଅନେକ କାରଣକୁ ନେଇ ଅଞ୍ଚଳବାସୀ ଘୁମୁସର ଜିଲ୍ଲା ଗଠନ ପାଇଁ ଦାବି କରୁଛନ୍ତି l ସରକାର ନଶୁଣିଲେ ଉଚ୍ଚ ନ୍ୟାୟଳୟର ଆଶ୍ରୟ ନେବେ ବୋଲି ଚେତାଇଛନ୍ତି ।

   Related Posts