ଖୋର୍ଦ୍ଧା ୨୨।୧୧: କୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ଆକ୍ସନ ମୋଡକୁ ଆସିଛି । ଚିଲିକାରେ ଥିବା ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି ।
{"id":187959,"sizeSlug":"large"}ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନ ଭୁଷଣ୍ଡପୁର ଚିଲିକା ଜେଟି ନିକଟରେ କିଛି ସ୍ଥାନୀୟ ମାଫିଆ ପୋଖରୀ ଖୋଳି ସେଥିରେ ଦୀର୍ଘ ଦିନ ଧରି ମାଛ ଚାଷ କରୁଛନ୍ତି । ପଡୋଶୀ ଆନ୍ଧ୍ରର ମାଫିଆ ମାନେ ସ୍ଥାନୀୟ ଦଲାଲଙ୍କ ସହଯୋଗରେ ଚିଲିକା କୂଳରେ ଥିବା ଗରିବ ଲୋକଙ୍କ ଧାନ ଜମି ହଡପ କରିବା ସହ ମାଛ ଚାଷ କରି ମାଲେମାଲ ହେଉଛନ୍ତି । ଏହି ବେଆଇନ୍ ଚିଙ୍ଗୁଡି ଘେରି ପଛରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥିବା ଜିଲ୍ଲା ପ୍ରଶାସନ ଜାଣିବାକୁ ପାଇଛି । ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଆକ୍ସନ ମୋଡକୁ ଆସିବା ସହ ଚିଲିକାରେ ଉଚ୍ଛେଦ ଆରମ୍ଭ କରାଯାଇଛି।