Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଭୂପେନ୍ଦ୍ର ପଟେଲଙ୍କ ନୂଆ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ, ନିଜ ପାଖରେ ରଖିଲେ ଗୃହ ବିଭାଗ : ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

16/09/2021 at 8:52 PM

ଅହମଦାବାଦ ୧୬/୦୯ : ଗୁଜୁରାଟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଶପଥ ​‌ନେବା ପରେ ତାଙ୍କ ଟିମ୍‌ର ୨୪ ଜଣ ମନ୍ତ୍ରୀ ଗୁରୁବାର ଶପଥ ନେଇଥିଲେ । ଭୂପେନ୍ଦ୍ର ପଟେଲଙ୍କ ଟିମ ସମ୍ପୂର୍ଣ୍ଣ ଭାବେ ନୂଆ । କୌଣସି ଜଣେ ବି ପୁରୁଣା ମନ୍ତ୍ରୀଙ୍କୁ ଭୂପେନ୍ଦ୍ର ପଟେଲ ତାଙ୍କ ଟିମରେ ନେଇନାହାନ୍ତି । ବିଶେଷ କରି ବିଜୟ ରୂପାଣୀଙ୍କ କ୍ୟାବିନେଟ୍‌ରେ ଉପମୁଖ୍ୟମନ୍ତ୍ରୀ ଥିବା ନିତିନ୍ ପଟେଲଙ୍କୁ ମଧ୍ୟ ସ୍ଥାନ ମିଳିନାହିଁ । ଯାହାକି ସମସ୍ତଙ୍କୁ ଚକିତ କରିଛି ।

ଗୁରୁବାର ୨୪ ଜଣ ମନ୍ତ୍ରୀର ଶପଥ ନେଇଥିବା ବେଳେ ସନ୍ଧ୍ୟାରେ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିଜ ପାଖରେ ଗୃହ ବିଭାଗ ରଖିଛନ୍ତି । ସେହିଭଳି ୩୬ ବର୍ଷୀୟ ହର୍ଷ୍‌ ସଂଘସ୍ବୀଙ୍କୁ ଗୃହ ରାଜ୍ୟ ମନ୍ତ୍ରୀ ଦାୟିତ୍ବ ଦିଆଯାଇଛି ।

କାହାକୁ କେଉଁ ବିଭାଗ :

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ- ପ୍ରଶାସନ, ଗୃହ ଏବଂ ପୋଲିସ୍ ହାଉସିଂ, I & b, ସହରୀ ବିକାଶ, ଖଣି ଏବଂ ଖଣିଜ ପଦାର୍ଥ ବିଭାଗ

କ୍ୟାବିନେଟ୍ ମନ୍ତ୍ରୀ :

ରାଜେନ୍ଦ୍ର ତ୍ରିବେଦୀ- ରାଜସ୍ୱ ଏବଂ ଆଇନ ମନ୍ତ୍ରୀ

ଜିତୁ ଭାଘନୀ – ଶିକ୍ଷା ମନ୍ତ୍ରୀ

ହ୍ରୁଷିକେଶ ପଟେଲ – ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ

ପୂର୍ଣ୍ଣେଶ ମୋଦୀ – ସଡକ ମନ୍ତ୍ରଣାଳୟ

ରାଘବଜୀ ପଟେଲ- କୃଷି ପଶୁପାଳନ ଏବଂ ଗୋ ସମ୍ବନ୍ଧୀୟ

କନୁ ଦେଶାଇ- ଅର୍ଥ ଏବଂ ପେଟ୍ରୋକେମିକାଲ୍ ମନ୍ତ୍ରଣାଳୟ

କିରିଟ୍‌ ସିଂ ରାଣା – ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ

ନରେଶ ପଟେଲ- ଜାତି ବିକାଶ ମନ୍ତ୍ରଣାଳୟ

ପ୍ରଦୀପ ପରମାର – ସାମାଜିକ ନ୍ୟାୟ ମନ୍ତ୍ରଣାଳୟ

ଅର୍ଜୁନ ଜୀ ଚୌହାନ – ଗ୍ରାମୀଣ ବିକାଶ

ହର୍ଷ ସାଙ୍ଗଓ୍ବୀ – ଗୃହମନ୍ତ୍ରୀ (ସ୍ବାଧୀନ)

ଜଗଦୀଶ ପଞ୍ଚଲ- କୁଟୀର ଉଦ୍ୟୋଗ ଏବଂ ଲୁଣ ଉଦ୍ୟୋଗ (ସ୍ବାଧୀନ)

ବ୍ରିଜେଶ ମେରଜା- ଶ୍ରମ ରୋଜଗର ପଞ୍ଚାୟତ (ସ୍ୱାଧୀନ)

ନିମିଶା ଓକୀଲ୍- ମହିଳା ଏବଂ ଶିଶୁ କଲ୍ୟାଣ (ସ୍ବାଧୀନ)

ରାଜ୍ୟମନ୍ତ୍ରୀ :

ମୁକେଶ ପଟେଲ-କୃଷି ଉର୍ଜା ଏବଂ ପେଟ୍ରୋକେମିକାଲ

ନିମିଷା ସୁଥାର-ଜାତି ବିକାଶ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ

ଅରବିନ୍ଦ ରୟାଣଓ୍ବୀ-ବାହନ ବ୍ୟବହାର, ନାଗରିକ ଉଡ୍ଡୟନ ଏବଂ ଯାତ୍ରା ଧାମ ବିକାଶ ମନ୍ତ୍ରୀ

କୀର୍ତ୍ତି ସିଂହ ବାଘେଲା-ପ୍ରାଥମିକ, ମାଧ୍ୟମିକ ଏବଂ ପ୍ରଶିକ୍ଷଣ ବିଭାଗ ମନ୍ତ୍ରୀ

ଗଜେନ୍ଦ୍ର ସିଂ ପରମାର – ଖାଦ୍ୟ, ନାଗରିକ ପ୍ରତିରକ୍ଷା ଏବଂ ଗ୍ରାହକ ସୁରକ୍ଷା

ଆରସି ମାକୱାନା- ସାମାଜିକ ନ୍ୟାୟ ମନ୍ତ୍ରୀ

ବିନୋଦ ମୋରାଡିଆ – ସହରୀ ବିକାଶ ଏବଂ ସହରୀ ଗୃହ ନିର୍ମାଣ ମନ୍ତ୍ରୀ

ଦେବଭାଇ ମହାଲମ୍ – ପଶୁପାଳନ ଏବଂ ଗୋ ସମ୍ବନ୍ଧୀୟ ମନ୍ତ୍ରୀ

   Related Posts