ମହାରାଷ୍ଟ୍ରରେ ଛିଡିଲା ମନ୍ତ୍ରିମଣ୍ଡଳ ଭାଗବଣ୍ଟା
12/12/2019 at 10:20 PM

ମୁମ୍ବାଇ ୧୨।୧୨- ମହାରାଷ୍ଟ୍ରରେ ଶିବସେନା, ଏନସିପି, କଂଗ୍ରେସକୁ ନେଇ ଗଠିତ ସରକାରରେ ଆଜି ମନ୍ତ୍ରିମଣ୍ଡଳ ବିଭାଗ ଭଣ୍ଟନ ହୋଇଛି ।ଶିବସେନାର ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀ ହୋଇଛନ୍ତି ।ଏନ୍ସିପିର ଜୟନ୍ତ ପାଟିଲଙ୍କୁ ଅର୍ଥ ବିଭାଗ ମିଳିଛି । ଏକନାଥ ସିନ୍ଦେଙ୍କୁ ମଧ୍ୟ ନଗର ଉନ୍ନୟନ, ପରିବେଶ ବିଭାଗ, ପର୍ଯ୍ୟଟନ, ସଂସଦୀୟ ବ୍ୟାପାର ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି ।
ଜୟନ୍ତ ପାଟିଲଙ୍କୁ ଅର୍ଥ ବିଭାଗ ସହିତ ଯୋଜନା, ଗୃହ ନିର୍ମାଣ, ସମବାୟ, ଶ୍ରମ ଓ ସଂଖ୍ୟାଲଘୁ ବ୍ୟାପାର ବିଭାଗ ଭଳି ମିଳିଛି । ଏନ୍ସିପିର ଛଗନ ଭୁଜବଳଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ସାମାଜିକ ନ୍ୟାୟ ବିଭାଗ ମିଳିଛି ।କଂଗ୍ରେସର ବାଲାସାହେବ ଥୋରାଟଙ୍କୁ ରାଜସ୍ବ, ଶକ୍ତି, ସ୍କୁଲ ଶିକ୍ଷା, ମେଡିକାଲ ଶିକ୍ଷା ଭଳି ବିଭାଗ ମିଳିଛି । କଂଗ୍ରେସର ନୀତିନ ରାଉତଙ୍କୁ ପିଡବ୍ଲୁଡି ବିଭାଗ ମିଳିଛି ।