୬ ଫୁଟ ଦୂରତା ମଧ୍ୟ କରୋନା ଭାଇରସ୍ କବଳରୁ ବଞ୍ଚାଇ ପାରିବନି : ଅଧ୍ୟୟନ

Published By : Prameya-News7 Bureau | May 20, 2020 IST

ନୂଆଦିଲ୍ଲୀ ୨୦।୫: କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ସମଗ୍ର ବିଶ୍ବରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଉଛି । କିନ୍ତୁ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ୬ ଫୁଟର ସାମାଜିକ ଦୂରତା ରକ୍ଷା କରିବା ପରେ ମଧ୍ୟ ଭାଇରସ୍ ସଂକ୍ରମଣ ହେବାର ବିପଦ ରହିଛି ।

ଅଧ୍ୟୟନରେ କୁହାଯାଇଛି ଯେ, ଧିରେ ଧିରେ ଗତି କରୁଥିବା ବାୟୁରେ ସାମାନ୍ୟ କାଶ ଯୋଗୁଁ ପାଟିର ଲାଳ ୧୮ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ । ସାଇପ୍ରସର ନିକୋସିଆ ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଘଣ୍ଟା ପ୍ରତି ଚାରି କିଲୋମିଟର ବେଗରେ ଗତି କରୁଥିବା ମଧ୍ୟମ ଧରଣର ପବନରେ କାଶିବା ଦ୍ବାରା ପାଟିର ଲାଳ ୫ ସେକେଣ୍ଡରେ ୧୮ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ ।

ଅଧ୍ୟୟନର ସହ-ଲେଖକ ଦିମିତ୍ରୀ ଦ୍ରିକାକିସ୍ କହିଛନ୍ତି ଯେ, ଏହି ଛୋଟ ବୁନ୍ଦା ବିଭିନ୍ନ ଆକାରର ଯୁବକ ଏବଂ ପିଲାମାନଙ୍କୁ ପ୍ରଭାବିତ କରିବ । ବୈଜ୍ଞାନିକଙ୍କ ଅନୁଯାୟୀ, ଯଦି ବୟସ୍କ ଏବଂ ସ୍ବଳ୍ପ ଉଚ୍ଚତା ବିଶିଷ୍ଟ ପିଲାମାନେ ଲାଳର ଛୋଟ ବୁନ୍ଦା ସଂସ୍ପର୍ଶରେ ଆସନ୍ତି ତେବେ ସେମାନେ ଅଧିକ ବିପଦରେ ପଡିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.