Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କନେଷ୍ଟବଳ ଗୁଳି ମାଡ଼ରେ ଆହତ ବିଚାରପତିଙ୍କ ପତ୍ନୀଙ୍କ ମୃତ୍ୟୁ; ଜୀବନ ସହ ସଂଘର୍ଷ କରୁଛି ପୁଅ

14/10/2018 at 10:55 AM

ଗୁଡ଼ଗାଓଁ ୧୪/୧୦: ଦିଲ୍ଲୀ ନିଜ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳର ଗୁଳି ମାଡରେ ଗତକାଲି ଗୁରୁତର ଆହତ ହୋଇଥିବା ଗୁଡ଼ଗାଓଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୃଷ୍ଣକାନ୍ତ ଶର୍ମାଙ୍କ ପତ୍ନୀ ରେଣୁ ଶର୍ମାଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଧ୍ରୁବ ଶର୍ମା ଏବେ ମଧ୍ୟ ଜୀବନ ସହ ସଂଘର୍ଷ କରୁଛନ୍ତି | ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରେଣୁ ଶର୍ମା ଓ ଧୁବର ଶର୍ମାଙ୍କୁ ଦୁଇଟି ଲେଖାଏଁ ଗୁଳି ବାଜିଥିଲା | ଗତକାଲି ମଧ୍ୟ ରାତ୍ରିରେ ରେଣୁ ଶର୍ମାଙ୍କ ମୃତ୍ୟୁ ହୋଇଛି |

ସୂଚନାଯୋଗ୍ୟ ଯେ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୃଷ୍ଣକାନ୍ତ ଶର୍ମାଙ୍କ ସୁରକ୍ଷା ଦାୟିତ୍ୱରେ ମହିପାଲ ନାମକ ଜଣେ ହେଡ଼ କନେଷ୍ଟେବଲଙ୍କୁ ଗତ ଦେଢବର୍ଷ ହେଲା ନିୟୋଜିତ କରାଯାଇଥିଲା । ଗତକାଲି ମହିପାଲ ବିଚାରପତିଙ୍କ ପତ୍ନୀ ରେଣୁ ଶର୍ମା ଓ ତାଙ୍କ ପୁଅ ଧ୍ରୁବ ଶର୍ମାଙ୍କୁ ନେଇ କାର୍ ଯୋଗେ ଆର୍କାଡିଆ ମାର୍କେଟକୁ ଯାଇଥିଲେ । ମାର୍କେଟ ସମ୍ମୁଖରେ ରେଣୁ ଓ ଧ୍ରୁବ ଗାଡ଼ିରୁ ଓହ୍ଲାଇବା ମାତ୍ରେ ମହିପାଲ ତା’ର ସର୍ଭିସ ରିଭଲଭରରୁ ସେମାନଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲା । ରେଣୁଙ୍କ ଛାତିରେ ଗୁଳି ବାଜିଥିବା ବେଳେ ପୁଅ ଧ୍ରୁବଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ଫଳରେ ଉଭୟ ଘଟଣା ସ୍ଥଳରେ ବେହୋସ ହୋଇ ପଡ଼ିଯାଇଥିଲେ । ଘଟଣା ସ୍ଥଳରେ ବହୁଲୋକ ଥିଲେ ମଧ୍ୟ ଭୟରେ କେହି ପାଖକୁ ଯାଇନଥିଲେ । ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ଧ୍ରୁବଙ୍କୁ ଟାଣିଟାଣି ମହିପାଲ ଗାଡ଼ି ଭିତରେ ଭର୍ତ୍ତି କରିବାପାଇଁ ଚେଷ୍ଟାକରି ବିଫଳ ହୋଇଥିଲା । ଏହାପରେ ମା ଓ ପୁଅଙ୍କୁ ଗୁରୁତର ଆବସ୍ଥାରେ ସେଇଠି ଛାଡ଼ି ମହାପାଲ କାରଟିକୁ ନେଇ ଫେରାର୍ ହୋଇଯାଇଥିଲା ।

ତେବେ ଖବର ପାଇ ପୋଲିସ ସମଗ୍ର ଅଞ୍ଚଳକୁ ନାକାବନ୍ଦୀ କରି ମହିପାଲକୁ ଗିରଫ କରିବାରେ ସକ୍ଷମ ହୋଇଛି । ଅପରପକ୍ଷରେ ରେଣୁ ଓ ଧ୍ରୁବଙ୍କୁ ଚିକିତ୍ସା ନିମନ୍ତେ ସେମାନଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି |
ବିଚାରପତିଙ୍କ ପତ୍ନୀ ଓ ପୁଅଙ୍କୁ ୩୨ବର୍ଷ ବୟସ୍କ ହେଡ଼ କନେଷ୍ଟେବଲ ମହିପାଲ କାହିଁକି ଗୁଳି ମାରିଲା ତା’ର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୋଲିସ ପଚରାଉଚରା ଜାରି ରଖିଛି । ଘଟଣା ସ୍ଥଳରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇଛି ।

   Related Posts