ଭର୍ତ୍ତୃହରି ମହତାବ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନୋଟିସ

Published By : Prameya-News7 Bureau | April 22, 2019 IST

ଆଠଗଡ ୨୨/୪ : ପ୍ରଚାର ସମୟ ସାରିବା ପରେ ମଧ୍ୟ ପ୍ରଚାର କରୁଥିବା ଯୋଗୁଁ ଆଠଗଡ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ କଟକ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କୁ କଟକ ଜିଲ୍ଲା ନିର୍ବାଚନ ଅଧିକାରୀ ନୋଟିସ ଜାରି କରିଛନ୍ତି | ଆଗାମୀ ୨୪ ଘଣ୍ଟା ମଧ୍ୟରେ ଜବାବ ଦେବା ପାଇଁ ଏ ଦୁଇ ପ୍ରାର୍ଥୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ସମୟ ଦେଇଛନ୍ତି | ସନ୍ତୋଷଜନକ ଜବାବ ନଦେଲେ ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ | ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ଦିନ ସନ୍ଧ୍ୟା ୫ଟାରେ ନିର୍ବାଚନ ପ୍ରଚାର ସମାପ୍ତ ହୋଇଥିଲା | ତେବେ ଏହାପରେ ମଧ୍ୟ ଉଭୟ ପ୍ରାର୍ଥୀ ରାଲିରେ ଯାଇ ପ୍ରଚାର କରୁଥିଲେ ବୋଲି ଅଭିଯୋଗ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.