Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ବିଡ଼ିଓଙ୍କ ବଦଳି ଦାବିରେ ଜିଲ୍ଲା ବିଜେପିର ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ଧାରଣା

20/11/2019 at 12:54 PM

ନବରଙ୍ଗପୁର ୨୦।୧୧: ବିଡିଓଙ୍କ ବଦଳି ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ତେନ୍ତୁଳିଖୁଣ୍ଟି ବ୍ଲକ ଅଫିସ ଘେରାଉ କରାଯାଉଛି । ବିଡ଼ିଓ ବିଭିନ୍ନ ଦୁର୍ନୀତି ଓ  ଉନ୍ନୟନମୂଳକ କାର୍ଯ୍ୟରେ ହେରଫେର କରୁଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେପି ।

ସୂଚନାଯୋଗ୍ୟ ଯେ, ତେନ୍ତୁଳିଖୁଣ୍ଟି ବ୍ଲକ ରେ ବିଡ଼ିଓ  ବ୍ୟାପକ ଦୁର୍ନୀତି ରେ ବୁଡି ରହିବା ସହ ବିଭିନ୍ନ ଉନ୍ନୟନମୂଳକ  କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବାର ଅଭିଯୋଗ ଆଣିଛି ବିଜେପି । ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ବରେ  କର୍ମୀଙ୍କୁ ନେଇ ଏକ ରାଲିରେ  ଆସି  ବିଡ଼ିଓ ଙ୍କ ବିରୋଧରେ ନାରାବାଜି କରିବା ସହ   ବ୍ଲକ କାର୍ଯ୍ୟାଳୟ  ଘେରାଉ କରିଥିଲେ । କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଛନ୍ତି । ବିଜେପି ପକ୍ଷରୁ ବିଡ଼ିଓ ଙ୍କ ବଦଳି ଦାବି କରାଯାଇଛି । ବିଡ଼ିଓ ପୁର୍ବରୁ ଥିବା ସ୍ଥାନ ମାନଙ୍କରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବାବେଳ କିଭଳି ତାଙ୍କୁ  ଏଠାରେ ଅବସ୍ଥାପିତ କରାଯାଇଛି ତାକୁ ନେଇ ପ୍ରଶ୍ନ କରିଛି ଜିଲ୍ଲା ବିଜେପି । ବିଡିଓଙ୍କୁ ଏଠାରୁ  ବଦଳି କରାନଯିବା ପର୍ଯ୍ୟନ୍ତ ବିଜେପି  ଏହିପରି ଧାରଣା ଦେବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି।

   Related Posts