ଖବର ପ୍ରସାରଣ ପରେ ଚେତିଛି କୋରାପୁଟ ଜିଲ୍ଲା ପ୍ରଶାସନ, ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା

Published By : Prameya-News7 Bureau | November 22, 2020 IST

ଜୟପୁର ୨୨।୧୧: ଓଡ଼ିଶା ସୀମାନ୍ତ କୋଟିଆରେ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ ନେଇ ନ୍ୟୁଜ୍ 7ରେ ବାରମ୍ବାର ଖବର ପ୍ରସାରଣ ପରେ ଚେତିଛି କୋରାପୁଟ ଜିଲ୍ଲା ପ୍ରଶାସନ। ଦକ୍ଷିଣାଞ୍ଚଳ ଆରଡିସିଙ୍କ ନେତୃତ୍ୱରେ ପ୍ରଶାସନର ଟିମ୍ ଗତକାଲି କୋଟିଆରେ ପହଞ୍ଚି ୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ। ଆଜି ଏ ନେଇ କୋରାପୁଟ ଜିଲ୍ଲା ପ୍ରଶାସନର ସମୀକ୍ଷା କୋରାପୁଟରେ ଚାଲିଛି।

{"id":365762,"sizeSlug":"large"}

ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ସାମିଲ ହୋଇଛନ୍ତି। କୋଟିଆରେ ପଶି ଆନ୍ଧ୍ର ପକ୍ଷରୁ ମାଛ ଚାଷ ପାଇଁ ବନ୍ଧ ଖୋଳିବା ଏବଂ ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ମାଗଣା ବିଦ୍ୟୁତ ବାଣ୍ଟିବା ଖବର ନ୍ୟୁଜ୍ 7ରେ ପ୍ରସାରଣ ପରେ ଚେତିଛି କୋରାପୁଟ ଜିଲ୍ଲା ପ୍ରଶାସନ। ଓଡ଼ିଶା ଆନ୍ଧ୍ର ସୀମାର କୋଟିଆ ସୁନାବେଡା ସାମ୍ବାଇ ଗାଁର ବିବାଦୀୟ ସ୍ଥାନରେ ପହଞ୍ଚିଥିଲେ ଦକ୍ଷିଣାଞ୍ଚଳ ଆରଡିସି ଟି. ଅପାଙ୍ଗ ଆଓ। ଆନ୍ଧ୍ର ସାମ୍ବାଇ ଗାଁର କେଉଁ ଅଞ୍ଚଳକୁ ଆନ୍ଧ୍ର ଅନୁପ୍ରବେଶ କରିଛି । କେଉଁ ରାସ୍ତାକୁ ଅକ୍ତିଆର କରି ଆନ୍ଧ୍ର ଲୋକେ ଅବରୋଧ କରିଥିଲେ ତାରା ସ୍ଥିତି ସମୀକ୍ଷା କରିଥିଲେ । ସାଥିରେ ଥିଲେ ପ୍ରଶାସନର ଏକ ଟିମ୍ । ଯେଉଁଥିରେ ପଟ୍ଟାଙ୍ଗୀ ତହସିଲଦାର, ଆର.ଆଇ ଓ ରେଭେନ୍ୟୁ ସୁପରଭାଇଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.