ଭିକ ମାଗୁଥିବା ନାବାଳିକାଙ୍କୁ ନିଶା ଦେଇ ଲଗାଉଥିଲା ଦେହ ବ୍ୟବସାୟରେ, ଧରାପଡିଲା ଦିବ୍ୟାଙ୍ଗ ଦଲାଲ

Published By : Prameya-News7 Bureau | July 27, 2019 IST

ଲକ୍ଷ୍ନୌ୨୭|୭: ଦେହ ବ୍ୟବସାୟର ଏକ ଚାଞ୍ଚଲ୍ୟକର ଦିଗ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଭିକ ମାଗୁଥିବା ଦୁଇ ଜଣ ନାବାଳିକାଙ୍କୁ ନିଶାସକ୍ତ କରାଇ ଜୋର ଜବରଦସ୍ତ ଦେହ ବ୍ୟବସାୟ ଭଳି ଘୃଣ୍ୟକାର୍ଯ୍ୟରେ ଲଗାଉଥିଲା ଜଣେ ଦଲାଲ । ଏଥିସହ ଦୁଇ ନାବାଳକଙ୍କୁ ମଧ୍ୟ ନିଜ ଅଧିନରେ ରଖି ତାଙ୍କୁ ଚୋରୀ କାର୍ଯ୍ୟରେ ଲଗାଉଥିଲା ଏହି ଦଲାଲ। ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିକୁ ରେଳଓ୍ବେ ପୋଲିସ ଗିରଫ କରିଛି। ଆରପିଏଫ କର୍ମଚାରୀ ଘଟଣାର ତଦନ୍ତ କଲାବେଳେ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ସୂଚନା ମୁତାବକ, ଭିକ ମାଗୁଥିବା ଦୁଇ ନାବାଳିକାଙ୍କ ସହ ପ୍ରାୟ ୬ ମାସ ହେଲା ବିଜୟ ବଦ୍ରୀ ନାମକ ଜଣେ ବ୍ୟକ୍ତି ତାଙ୍କ ସହ ଘୃଣ୍ୟ କାର୍ଯ୍ୟ କରିଆସୁଥିଲା। ଅଭିଯୁକ୍ତ ବିଜୟ ବଦ୍ରୀ ଜଣେ ଦିବ୍ୟାଙ୍ଗ ।  ସେ ଭିକ ମାଗିବା ସହ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲା। ନାବାଲିକା ଦୁଇଜଣଙ୍କୁ ନିସାସକ୍ତ କରି ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଇ ଭଲ ପଇସା ରୋଜଗାର କରୁଥିଲା ।

ତେବେ ଏହି ଦୁଇ ନାବାଳିକା ଓ ନାବାଳକ ଜୀବନ ବଞ୍ଚାଇବା ପାଇଁ କୌଣସି ପ୍ରକାରରେ ଏହି ମଣିଷରୂପୀ ସୈତାନ କବଳରୁ ଖସି ଯାଇଥିଲେ। ଏହି ଚାରିଜଣ ବରବାଙ୍କୀ ଯିବା ପାଇଁ ବାଦଶାହା ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ଥିବା ଆରପିଏଫ କର୍ମଚାରୀ ତାଙ୍କୁ ​‌ଅଟକାଇବା ସହ ପଚାରଉଚାର ମଧ୍ୟ କରିଥିଲେ। ଘଟଣା ସଂପର୍କରେ ଦୁଇ ନାବାଳିକା  ପୋଲିସକୁ ସବୁ କଥା କହିଥିଲେ।

ପୀଡିତାଙ୍କ ପାଖରୁ ଅତ୍ୟାଚାର କଥା ଶୁଣିବା ପରେ ଆରପିଏଫ କର୍ମଚାରୀଙ୍କ ଲୋମଟାଙ୍କୁରି ଉଠିଥିଲା। ପୀଡିତାଙ୍କ ମଧ୍ୟରୁ ଜଣେ ବାଲୁପୁରର ଓ ଅନ୍ୟ ଜଣେ ଇନ୍ଦିରାନଗରରେ ରହନ୍ତି।

ପୀଡିତାଙ୍କ କହିବାନୁଯାୟୀ. ଇନ୍ଦିରାନଗରର ପୁନସି ପୁଲିଆ ଅଞ୍ଚଳରେ ରହୁଥିବା ଦିବ୍ୟାଙ୍ଗ ବିଜୟ ବଦ୍ରୀ ତାଙ୍କୁ ନିଶା ଦେଇ ଅଚେତ କରିବାପରେ ଦେହ ବ୍ୟବସାୟରେ ଲଗାଉଥିଲା। ମୁହଁ ଖୋଲିଲେ ତାଙ୍କୁ ନିସ୍ତୁକ ମାଡ ମଧ୍ୟ ମାରୁଥିଲେ ବୋଲି କାନ୍ଦି କାନ୍ଦି ପୀଡିତା କହିଛନ୍ତି। ଅଭିଯୁକ୍ତ ବିଜୟ ବଦ୍ରୀ ଭିକା ମାଗିବା ସହ ଚୋରି ଓ ଦେହ ବ୍ୟବସାୟଭଳି ଧନ୍ଦା ମଧ୍ୟ କରୁଥିଲା।

 ଏହି ସବୁ ଘଟଣା ଶୁଣିବା ପରେ ଆରପିଏଫ କର୍ମଚାରୀ ଅଭିଯୁକ୍ତ ବିଜୟ ବଦ୍ରୀ ଠିକଣା ପଚାରି ବୁଝିଥିଲେ। ଦିନ ପ୍ରାୟ ୧୧ଟାରେ ବାଦଶାହା ଷ୍ଟେସନରେ ବିଜୟ ପହଞ୍ଚିଥିଲା। ସୁଯୋଗ ଦେଖି ଆରପିଏଫ କର୍ମଚାରୀ ତାକୁ କାବୁ କରିଥିଲେ। ଅଭିଯୁକ୍ତ ବିଜୟକୁ ପଚାରଉଚାର କରିବା ସମୟରେ ତାଙ୍କର ବହୁ ଅପରାଧିକ ତଥ୍ୟ ସାମ୍ନାକୁ ଆସିଥିଲା।

ବିଜୟ ବଦ୍ରୀ କହିଛି, ଦୁଇଜଣ ପୁଅ ଓ ଦୁଇଜଣ ଝିଅଙ୍କୁ ସେ ୬ ମାସ ହେଲା ରଖିଥିଲା। ନିଶା ଦେଇ ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଲଗାଉଥିଲା। ପୁଅଙ୍କୁ ଚୋରୀ ଓ ଝିଅଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ଲଗାଉଥିଲେ ବୋଲି ସେ ପୋଲିସ ଆଗରେ ମାନିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.