ଗୁଲାମ୍‌ ନବୀ ଆଜାଦ୍‌ଙ୍କ ମଞ୍ଚରେ ମେଳି ହେଲେ ଅସନ୍ତୁଷ୍ଟ ନେତା : କପିଲ ଶିବଲ କହିଲେ, ‘ଦେଶରେ ଦୁର୍ବଳ ହୋଇଯାଇଛି କଂଗ୍ରେସ’

Published By : Prameya-News7 Bureau | February 27, 2021 IST

ଜମ୍ମୁ ୨୭/୦୨ : ବରିଷ୍ଠ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦ୍‌ଙ୍କ ଅଧ୍ୟକ୍ଷତାରେ ଅସନ୍ତୁଷ୍ଟ ନେତାମାନେ ଜମ୍ମୁ-କାଶ୍ମୀରରେ ଏକ ବୈଠକ କରିଛନ୍ତି । ଗାନ୍ଧୀ ଗ୍ଲୋବାଲ୍‌ ଫ୍ୟାମିଲି ବୈଠକରେ ଗୁଲାମ ନବୀଙ୍କ ସମେତ କଂଗ୍ରେସର ଆଗଧାଡିର ଅସନ୍ତୁଷ୍ଟ ନେତାମାନେ ସାମିଲ ହୋଇଥିଲେ । ବୈଠକରେ ବରିଷ୍ଟ କଂଗ୍ରେସ ନେତା କପିଳ ଶିବଲ୍‌ଙ୍କ ସମେତ, ଆନନ୍ଦ ଶର୍ମା, ଭୁପେନ୍ଦ୍ର ସିଂହ ହୁଡ୍ଡା, ମନୀଷ ତିଓ୍ବାରୀ ଓ ରାଜ ବାବ୍ବରଙ୍କ ଭଳି କଂଗ୍ରେସର ଜି-୨୩ ନେତା ଏକାଠି ଗୋଟିଏ ମଞ୍ଚରେ ନଜର ଆସିଛନ୍ତି ।

କିଛି ଦିନ ହେଲା ଶୁଣିବାକୁ ମିଳୁଛି ଯେ, ଜାତୀୟ କଂଗ୍ରେସର ଏହି ବରିଷ୍ଠ ନେତାମାନେ ଦଳ ଉପରେ ଖପ୍ପା ଅଛନ୍ତି । ଦେଶରେ ଦିନକୁ ଦିନ ଦୁର୍ବଳ ହେଉଥିବା କଂଗ୍ରେସକୁ ମଜବୁତ କରିବା ପାଇଁ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ । ଏହା ସହିତ ସେ ଦଳର ଶୀର୍ଷ ନେତୃତ୍ବଙ୍କୁ ପ୍ରଶ୍ନ କରିଛନ୍ତି ଯେ, କଂଗ୍ରେସ ଦଳ ଗୁଲାମ୍‌ ନବୀ ଆଜାଦ୍‌ଙ୍କ ଅଭିଜ୍ଞତାକୁ କାହିଁକି ଉପଯୋଗ କରୁନାହିଁ ?

Ghulam Nabi Azad Takes 'G23' Congress Delegation hold a rally in Jammu

ଏହା ସହିତ କପିଲ ଶିବଲ କହିଛନ୍ତି, ‘କଂଗ୍ରେସ ଦଳ ଦେଶରେ ଦିର୍ବଳ ହେଉଥିବା ଦେଖିବାକୁ ମିଳୁଛି । ଆମେ ଏଠାରେ ଏକାଠି ହୋଇଛେ ଦଳକୁ ମଜବୁତ କରିବା ପାଇଁ । ଗୁଲାମ ନବୀ ଆଜାଦଙ୍କୁ ଦେଶର ସବୁ ରାଜ୍ୟରେ କଂଗ୍ରେସର ସ୍ଥିତି, ପରିସ୍ଥିତି ବିଷୟରେ ଜଣାଅଛି । କିନ୍ତୁ ଦଳ ତାଙ୍କର ଅଭିଜ୍ଞତାକୁ ଉପଯୋଗ କରୁନାହିଁ ।’

{"width":578,"height":390}
सैनिक फार्म में शांति सम्मेलन का आयोजन

ଜି-୨୩ କାର୍ଯ୍ୟକ୍ରମର ଆୟୋଜକ ଗୁଲାମ ନବୀ ଆଜାଦ କହିଛନ୍ତି, ‘ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଗତ ୫/୬ ବର୍ଷ ହେଲା ଲଗାତାର ଭାବେ ସଂସଦରେ ପ୍ରସଙ୍ଗ ଉପସ୍ଥାପିତ ହେଉଛି । ମଞ୍ଚରେ ଉପସ୍ଥିତ ସମସ୍ତ ନେତା ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ସଂସଦରେ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.