Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ

26/01/2021 at 9:23 PM

ସାନଖେମୁଣ୍ଡି୨୬/୧: ଦିଗପହଣ୍ଡି ସମେତ ଆଖପାଖ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଦିଗପହଣ୍ଡି ଏନ୍ ଏ ସି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ନିରାଡମ୍ବର ସହକାରେ ଆୟୋଜିତ ଉତ୍ସବରେ ହଠାତ୍ ଏକ ଅଘଟଣ ଘଟିଲା। ସ୍ଥାନୀୟ ଏନ୍ ଏ ସି କାର୍ଯ୍ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପତାକାକୁ ଓଲଟା ବନ୍ଧାଯାଇଥିବା ଜଣାପଡିଥିଲା। ଉପସ୍ଥିତ କିଛି ବୁଦ୍ଧିଜୀବି ଓଲଟା ପତାକା ଉତ୍ତୋଳନ କରାଯାଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିବାସହ ସେଠାରେ ଥିବା କିଛି କର୍ମଚାରୀଙ୍କୁ ପାଖକୁ ଡାକି ଦୃଢ଼ ପ୍ରତିବାଦ କରିଥିଲେ।

 ପରବର୍ତ୍ତୀ ସମୟରେ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏନ୍ ଏସି କର୍ମଚାରୀମାନେ ପୁଣିଥରେ ଜାତୀୟ ପତାକାକୁ ତଳକୁ ଓହ୍ଲାଇ ଠିକ୍ ଢଙ୍ଗରେ ପତାକାଟିକୁ ବାନ୍ଧିଥିଲେ। ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ପ୍ରଥମେ ଏଭଳି ଅଭିଯୋଗକୁ ଅସ୍ବୀକାର କରିଥିଲେ। ପରେ ସମସ୍ତ ପ୍ରମାଣ ସିଦ୍ଧ ଭିଡିଓ କ୍ଲିପ୍ ଏବଂ ଫଟୋ ଧରିତ୍ରୀ ପାଖରେ ରହିଛି ବୋଲି କହିବା ପରେ ସେ ନିଜର ଦୋଷକୁ ସ୍ବୀକାର କରିବା ସହ ଭୁଲ୍ ହୋଇଯାଇଥିବା ଉଲ୍ଲେଖ କରିଥିଲେ।

   Related Posts