ଜାତୀୟ ପତାକାକୁ ଅସମ୍ମାନ : ବୁଧବାର ସକାଳ ପର୍ଯ୍ୟନ୍ତ ହୋଇନଥିଲା ଅବତରଣ, ଭିଡିଓ ଭାଇରାଲ୍

Published By : Prameya-News7 Bureau | January 27, 2021 IST

ପାଟଣା ୨୭।୧: ଜାତୀୟ ପତାକାକୁ ଅସମ୍ମାନ । ଏଭଳି ଏକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍ ଖଡିକାପଦା ଗ୍ରାମ ପଞ୍ଚାୟତ ଗୋହିରା ସାହି ଅଙ୍ଗନବାଡି କେନ୍ଦ୍ରରେ । ମଙ୍ଗଳବାର ଦିନ ସାରାଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ସବୁଠି ଉଡିଥିଲା ତ୍ରିରଙ୍ଗା । ଏହି ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । କିନ୍ତୁ ବୁଧବାର ସକାଳ ଯାଏଁ ଏହି ଅଙ୍ଗନବାଡି କେନ୍ଦ୍ରରେ ପତାକା ଉଡୁଥିବା ଦେଖିବାକୁ ମିଳିଥିଲା ।

{"id":399142,"sizeSlug":"large","linkDestination":"none"}
wp:html /wp:html

ଜାତୀୟ ପତାକା ଉତ୍ତୋଳନ କରିବା ପରେ ପତାକାକୁ ଠିକ୍ ସମୟରେ ଅବତରଣ ନ କରି ଆଜି ପର୍ଯ୍ୟନ୍ତ ଉଡ଼ାଇ ରଖିଥିବା ଜାଣି କିଛି ଲୋକ  ଏହାର ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରିଥିଲେ । ଏହାପରେ ଅଙ୍ଗନବାଡ଼ି କର୍ମୀଙ୍କ ସ୍ବାମୀ ଆସି ପତାକାକୁ ଅବତରଣ କରି ନେଇଯାଇଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ପରେ ଠିକ୍ ସମୟରେ ଜାତୀୟ ପତାକା ଅବତରଣ ନ କରିବାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.