Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଯାତ୍ରା ‘ପ୍ରେମିକାର ନାଁ ଚନ୍ଦ୍ରଭାଗା’ରେ କବି ଡକ୍ଟର ମାୟାଧାର ମାନସିଂହ ଓ ରାଧାନାଥ ରାୟଙ୍କୁ ଅସମ୍ମାନ, ଅଦାଲତକୁ ଯିବେ ବୋଲି ସାହିତ୍ୟପ୍ରେମି ଦେଲେ ଧମକ

19/09/2019 at 4:54 PM

ଭୁବନେଶ୍ବର ୧୯|୯: ଓଡିଆ ଯାତ୍ରା ଜଗତ ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ । ଫଳରେ କେବେ ଆଇଟମ୍ ଗାର୍ଲମାନେ ବ୍ଲାଉଜ ଖୋଲି ନାଚୁଛନ୍ତି ତ କେବେ ଦ୍ବିଅର୍ଥବୋଧକ ସଂଳାପରେ ପେଣ୍ଡାଲ ଫାଟିପଡୁଛି । ଏମିତି ଏକ ବିବାଦ ପୁଣି ଯାତ୍ରା ଜଗତକୁ କାଠଗଢାକୁ ଟାଣିଛି । ଅପେରା ସୂର୍ଯ୍ୟମନ୍ଦିରର ଏକ ନୂଆ ନାଟକରେ ଓଡିଶାର ସୁନାମଧନ୍ୟ କବି ମାୟାଧର ମାନସିଂହ ଓ ରାଧାନାଥ ରାୟଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଉଠିଛି । ପ୍ରଣୟ କବି ଡକ୍ଟର ମାୟାଧର ମାନସିଂହ ଓ ରାଧାନାଥଙ୍କ କବିତାକୁ ଖଳନାୟକର ସଂଳାପ ବା ମାନିଆ ହିସାବରେ ବ୍ୟବହାର ନେଇ ଉଠିଛି ବିରୋଧର ସ୍ବର । ଏହିସବୁ ଧାଡିକୁ ଖଳନାୟକ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟକାଣ୍ଡ କରିବା ପୂର୍ବରୁ ଓ ପରେ ଆବୃତ୍ତି କରୁଛି ।  

ନାଟ୍ୟକାର ହର ପ୍ରସାଦ ବାରିକଙ୍କ ଦ୍ବାରା ରଚିତ ‘ପ୍ରେମିକାର ନାଁ ଚନ୍ଦ୍ରଭାଗା’ରେ ଘଟିଛି ଏହି ଅଭାବନୀୟ ଘଟଣା । ଡକ୍ଟର ମାୟାଧାର ମାନସିଂହଙ୍କ କୋଣାର୍କ କବିତାର କେତେକ କାଳଜୟୀ ପଙ୍କ୍ତିକୁ ନାଟ୍ୟକାର ଖଳନାୟକ ମୁହଁରେ ଦେଇଛନ୍ତି । କବିତାର ଏହି ଧାଡିଗୁଡିକୁ ପ୍ରତ୍ୟେକ ଭୁଲକାମଟି କରିବା ପୂର୍ବରୁ ଖଳନାୟ ନାୟକ ମାନିଆ ଭଳି ବ୍ୟବହାର କରି ଆବୃତ୍ତି କରୁଛି । ଏହା ଓଡିଶାର ଜଣେ ପ୍ରଥିତଯଶା କବିଙ୍କ ପ୍ରତି ଅସମ୍ମାନ ବୋଲି ସାଧାରଣରେ ସ୍ବର ଉଠିଲାଣି ।

ନିକଟରେ ଢେଙ୍କାନାଳରେ ଅପେରା ସୂର୍ଯ୍ୟମନ୍ଦିରର ଖେଳ ଚାଲିଥିଲା । ଏଠାରେ ନାୟକଙ୍କ ସଂଳାପକୁ ନେଇ ପ୍ରଶ୍ନ ଉଠାଇଥିଲେ । ରାଜ୍ୟସ୍ତରରେ ମଧ୍ୟ ବହୁ ସାହିତ୍ୟପ୍ରେମୀ ମାୟାଧର ମାନସିଂହଙ୍କୁ ଅସମ୍ମାନ କରାଯାଇଛି ବୋଲି ଅଭିଯୋଗ ଉଠିଛି । ଏହା ବିରୋଧରେ ଅଦାଲତର ଆଶ୍ରୟ ନିଆଯିବ ବୋଲି ମଧ୍ୟ କୁହାଯାଇଛି ।

ସୂଚନାଯୋଗ୍ୟ ଯେ,  ଡକ୍ଟର ମାନସିଂହଙ୍କ କୋଣାର୍କ କବିତାର ଯେଉଁ ଧାଡିଗୁଡିକୁ ନାଟ୍ୟକାର ଖଳନାୟକଙ୍କ ମୁହଁରେ ଦେଇଛନ୍ତି ତାହା ହେଲା-

‘ହେ କୋଣାର୍କ, ବିଗତ ଯୌବନା

ମୌନ ଦୁଃଖେ ସଇକତ ଶୟନା

ତୋର ଜୀର୍ଣ୍ଣଦେହେ ଅଦ୍ୟପି ଗୋ ବିମୁଗ୍ଧ ନୟନେ

ଚାହେଁ ବିଶ୍ବ କରୁଣାରେ ତେଜି ଅଶ୍ରୁ ତୋ ସିକ୍ତ ଶୟନେ

ଅଙ୍ଗେ ଅଙ୍ଗେ ଚୁମ୍ବିବାକୁ ନିରବଧି କରଇ ଭାବନା

ତୋହରେ ଗୋ ଗତଯୌବନା’

ସେହିଭଳି ରାଧାନାଥଙ୍କ ଚନ୍ଦ୍ରଭାଗାରୁ ନାଟ୍ୟକାର ଖଳନାୟକ ପାଇଁ ନେଇଥିବା ଧାଡିଗୁଡିକ ହେଲା-

‘ଦାରୁ ଭେଦକ୍ଷମ ଭ୍ରମର ପଶି କମଳ କୋଳେ

ପାସୋରେ ଆପଣା ବିକ୍ରମ ପ୍ରେମ ପ୍ରମତ୍ତ ଭୋଳେ’

ଅପେରା ସୂର୍ଯ୍ୟମନ୍ଦିରର ନାଟକ ‘ପ୍ରେମିକାର ନାଁ ଚନ୍ଦ୍ରଭାଗା’ରେ ଖଳନାୟକ ଭାବେ ବିଶିଷ୍ଠ ଅଭିନେତା ପିୟୂଷ ଅଭିନୟ କରିଛନ୍ତି । ନାଟକରେ ତାଙ୍କ ଚରିତ୍ର ହେଉଛି ଆଦିତ୍ୟ । ହିରୋ ଅର୍ଥାତ୍ ଚନ୍ଦ୍ରଭାନୁ ଭୂମିକାରେ ଅଭିନେତା ବିନୋଦ ଅଭିନୟ କରିଥିବାବେଳେ ନାୟିକା ଚନ୍ଦ୍ରଭାଗା ଭୂମିକାର ବେବିନା ଅଭିନୟ କରିଛନ୍ତି । ରାଧାନାଥ ରାୟଙ୍କ ଚନ୍ଦ୍ରଭାଗା କାବ୍ୟର ଛାୟାରେ ଆଧୁନିକ ପୃଷ୍ଟଭୂମୀରେ ନାଟକଟି ରଚନା କରାଯାଇଛି ସତ । ତେବେ ଉଭୟ ରାଧାନାଥଙ୍କ ଚନ୍ଦ୍ରଭାଗା କାବ୍ୟର କିଛି ପଙ୍କ୍ତି ଏବଂ ଡକ୍ଟର ମାୟାଧର ମାନସିଂହଙ୍କ କୋଣାର୍କ କାବ୍ୟର କିଛି ପଙ୍କ୍ତିକୁ ଭୁଲ ଯାଗାରେ ବ୍ୟବହାର ନେଇ ପ୍ରଶ୍ନ ଉଠିଛି । ଶସ୍ତା ଲୋକପ୍ରିୟତା ପାଇଁ ଏଭଳି କରାଯାଇଥିବା ଆଲୋଚନା ହେଉଛି ।

ଏ ସମ୍ପର୍କରେ ଆମେ ଅପେରା ସୂର୍ଯ୍ୟ ମନ୍ଦିରର ପ୍ରଯୋଜକ ପ୍ରମୋଦ କୁମାର ସ୍ବାଇଁଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ । ତେବେ ସେ ଟେଲିଫୋନ୍ ଉଠାଇନଥିଲେ । ଅପରପକ୍ଷରେ ନାଟ୍ୟକାର ହର ବାରିକ ଏହାକୁ ଅତି ହାଲକା ଭାବରେ ନେବା ସହ ଲୋକ ଏମିତି ସମାଲୋଚନା କରିବେ, ହେଲେ ନାଟକ ଦେଖିବେ ବୋଲି କହିଛନ୍ତି । କାଳଜୟୀ ସାହିତ୍ୟ ଏଭଳି ଅପ ପ୍ରୟୋଗ ସାହିତ୍ୟପ୍ରେମୀଙ୍କୁ ଆଘାତ ଦେଇଛି । ଏପରିକି ଏହି ନାଟକ ଦେଖିଲା ପରେ ସାଧାରଣ ଦର୍ଶକ ମଧ୍ୟ ଭୁଲ୍ କାମ କଲାବେଳେ ଏହି ପଙ୍କ୍ତି ଆବୃତ୍ତି କରୁଥିବା ଦେଖିବାକୁ ମିଳୁଛି । ଏହା ମଧ୍ୟ ଓଡିଆ ଭାଷା ସାହିତ୍ୟର ଦୁଇ ଦିଗ୍ଗଜଙ୍କ ପ୍ରତି ଅପମାନ ନିଶ୍ଟୟ ।

   Related Posts