Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସୋସିଆଲ ମିଡିଆରେ ମା’ ଦୁର୍ଗାଙ୍କୁ ଅସମ୍ମାନ: ଦୋଷୀଙ୍କ ବିରୋଧରେ ମାମଲା ରୁଜୁ କଲା କମିଶନରେଟ୍‌ ପୁଲିସ୍

20/09/2020 at 12:17 PM

କଟକ୨୦/୯: ସୋସିଆଲ ମିଡିଆରେ ଧାର୍ମିକ ଭାବନକୁ ଆଘାତ ଦେବା ଭଳି ପୋଷ୍ଟ କରିଥିବା ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କମିଶନରେଟ୍ ପୋଲିସ। ଏଭଳି ପୋଷ୍ଟ କରିଥିବା ବ୍ୟକ୍ତି ବିଶେଷ ଏବଂ ପୋଷ୍ଟ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ବ୍ୟକ୍ତିମାନଙ୍କ ବିରୋଧରେ କଟକର ବିଭିନ୍ନ ଥାନାରେ ଏତଲା ଦାଏର ହୋଇଛି।ସେହି ଏତଲା ଗୁଡିକୁ ଆଧାର କରି ମାମଲା ରୁଜୁ ହୋଇଥିବା କଟକ ଡିସିପି ଟୁଇଟ ଯୋଗେ ସୂଚନା ଦେଇଛନ୍ତି।

ଫେସବୁକ୍‌ରେ ରାଜ ମଲିକ୍ ନାମକ ଜଣେ ବ୍ୟକ୍ତି ମା’ ଦୁର୍ଗାଙ୍କୁ ନେଇ ଅରୁଚିକର ଟିପ୍ପଣୀ ଦେଇ ଫଟୋ ପୋଷ୍ଟ କରିଛନ୍ତି।ତାଙ୍କ ପୋଷ୍ଟ ସପକ୍ଷରେ ଓ ବିପକ୍ଷରେ ମନ୍ତବ୍ୟ ଦେବାକୁ ଯାଇ ଲୋକ ମଧ୍ୟ ଜାତିଗତ ଓ ଧର୍ମଗତ ବିଦ୍ବେଷ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛନ୍ତି।ତେଣୁ ପୋଲିସ ପୋଷ୍ଟ କରିଥିବା ବ୍ୟକ୍ତି ଓ ଖରାପ କଥା ଟିପ୍ପଣୀ ଦେଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ କ୍ୟାଣ୍ଟିନମେଣ୍ଟ ଥାନାରେ ଏହି ବ୍ୟକ୍ତିମାନଙ୍କ  ବିରୋଧରେ ଆଇ ପି ସିର  ୧୫୩-କ,୨୯୨-କ,୨୯୫-କ,୫୦୫ଓ ୧୨୦-ଵି ଧାରା ଓ ୬୭ଆଇ ଟି ଆକ୍ଟରେ ମାମଲା ରୁଜୁ କରିଛି।

   Related Posts