ଦଳ ବଦଳ ଆଇନ: କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ କାୟମ ରଖିଲେ ସୁପ୍ରିମକୋର୍ଟ, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ ୨୮।୧: ଦଳ ବଦଳ ଆଇନରେ ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାୟମ ରଖିଛନ୍ତି। ଗୁରୁବାର ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ ବିଧାନସଭାର କୌଣସି ସଦସ୍ୟ(ଏମଏଲଏ) ଯଦି ଦଳ ବଦଳ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥାନ୍ତି। ସେ ବିଧାନ ପରିଷଦ ସଦସ୍ୟ (ଏମଏଲସି) ମନୋନୀତ ହୋଇଥିଲେ ବି ଗୃହର ଶେଷ କାର୍ଯ୍ୟକାଳ ପର୍ଯ୍ୟନ୍ତ ମନ୍ତ୍ରୀ ରହିପାରିବେନି।

{"id":400242,"width":577,"height":323,"sizeSlug":"large","linkDestination":"none"}

ଦଳବଦଳ ଆଇନ ଅନୁସାରେ ବିଜେପି ବିଧାୟକ ଏ.ଏଚ. ବିଶ୍ୱନାଥଙ୍କ ଅଯୋଗ୍ୟତା ମଇ ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି। ଫଳରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ଲାଗି ବି.ଏସ୍.ୟଦୁରପ୍ପାଙ୍କ ସ୍ୱପ୍ନ ମଧ୍ୟ ଧୂଳିସାତ ହୋଇଯାଇଛି। ମାମଲାରେ କୋର୍ଟ କହିଛନ୍ତି ଯେ ଯଦି ସେ ଏମଏଲସିର ନିର୍ବାଚିତ ପ୍ରତିନିଧି ହୋଇଥାନ୍ତେ ପ୍ରସଙ୍ଗ ଅନ୍ୟ କିଛି ହୋଇଥାନ୍ତା। ଯେହେତୁ ମନୋନୀତ ସଦସ୍ୟ ଏଣୁ ସେ ମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିବା ସହ ବିଶ୍ୱାନାଥଙ୍କ ଆବେଦନ ଅଗ୍ରାହ୍ୟ କରିଦେଇଛନ୍ତି।

{"id":400243,"sizeSlug":"large","linkDestination":"none"}

ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଏସ୍.ଏ.ବୋବଡେ, ବିଚାରପତି ଏସ.ଏ. ବୋପାନ୍ନା ଓ ବିଚାରପତି ଭି.ରାମ ସୁବ୍ରମଣ୍ୟମଙ୍କ ପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି। କୋର୍ଟରେ ଶୁଣାଣି ଆରମ୍ଭରେ ବିଶ୍ୱନାଥଙ୍କ ପକ୍ଷରୁ କର୍ଟରେ ମାମଲା ଉପସ୍ଥାପିତ  କରିଥିବା ଓକିଲ ଗୋପାଲ ଶଙ୍କର ନାରାୟଣ ତର୍କ ଆରମ୍ଭ କରି ପ୍ରସଙ୍ଗ ଗୃହରେ ସଦସ୍ୟଙ୍କ ଅଯୋଗ୍ୟତା ନେଇ ସମ୍ବିଧାନର ପ୍ରାବଧାନ ଆଇନ ବ୍ୟାଖ୍ୟା ସମ୍ପର୍କିତ ବୋଲି କହିଥିଲେ।  

{"id":400246,"width":578,"height":325,"sizeSlug":"large","linkDestination":"none"}

ଏହାର ଜବାବରେ କୋର୍ଟ ସଦସ୍ୟଙ୍କ ଅଯୋଗ୍ୟତା ସେହି କାର୍ଯ୍ୟାଳୟ ପର୍ଯ୍ୟନ୍ତ ସୀମିତ ଯେଉଁଠି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି କହିଛନ୍ତି। ସମ୍ବିଧାନର ଆଇନ ପ୍ରାବଧାନ ଅନୁସାରେ ଯଦି ସଦସ୍ୟ ମନୋନୀତ ହୋଇଥାନ୍ତି ଓ ନିର୍ବାଚିତ ହୋଇ ନଥାନ୍ତି ତେବେ ଅଯୋଗ୍ୟତା ପ୍ରଭାବି ରହିବ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଉଚ୍ଚ ନ୍ୟାୟାଳ ନିଜ ନିଷ୍ପତ୍ତିକୁ ଉପଯୁକ୍ତ କହିବା ସହ ବିଶେଷ ଅନୁମତି ନିବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.