ଛାତ୍ରୀଙ୍କ ସଫଳତାକୁ ଧର୍ମରେ ତଉଲିଲେ ବୋର୍ଡ ଅଧ୍ୟକ୍ଷ, +୨ ଟପ୍ପର ଘୋଷଣାକୁ ନେଇ ବିବାଦ

Published By : Prameya-News7 Bureau | July 23, 2021 IST

କୋଲକାତା ୨୩/୭: +୨ ପରୀକ୍ଷାରେ ମୁସଲିମ୍‌ ଝିଅକୁ ମିଳିଛି ସବୁଠୁ ଅଧିକ ନମ୍ବର। ପଶ୍ଚିମବଙ୍ଗରେ ଟପର ଛାତ୍ରୀଙ୍କ ନାଁ ବଦଳରେ ଧର୍ମର ଘୋଷଣା ଉପରେ ବିବାଦ ଉପୁଜିଛି । ରାଜନୈତିକ ଦଳ ଏବଂ ଧାର୍ମିକ ସଂଗଠନ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ମହୁଆ ଦାସଙ୍କୁ  ହଟାଇବା ପାଇଁ ଦାବି କରିଛନ୍ତି । ଦାସ ଗୁରୁବାର କହିଛନ୍ତି, ‘ଚଳିତବର୍ଷ ସବୁଠୁ ଅଧିକ ନମ୍ବର ୪୯୯ । ଜଣେ ମୁସଲିମ ଛାତ୍ରୀକୁ ଏହି ମାର୍କ ମିଳିଛି। ମୁସଲିମ୍‌ ଝିଅ ଜଣଙ୍କ ମୁର୍ଶିଦାବାଦର।’

ଶୁକ୍ରବାର ଛାତ୍ର ସଂଗଠନ ପଶ୍ଚିମବଙ୍ଗ ରାଜ୍ୟ ଛାତ୍ର ପରିଷଦ ଦାସଙ୍କ ବିରୋଧରେ ବିକ୍ଷୋଭ କରିଛି। ତାଙ୍କ ଘର ବାହାରେ ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ହାତାହାତି ହୋଇଥିବା ମଧ୍ୟ ଜଣାପଡ଼ିଛି। ବେଙ୍ଗଲ ଇମାମ ଆସୋସିଏସନ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ‘ଏହା ବହୁ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଲଜ୍ଜାଜନକ। ଆମେ ଏହାର ନିନ୍ଦା କରୁଛୁ। ଛାତ୍ରୀଙ୍କ ନାଁ ପରିବେର୍ତେ ସେ ତାଙ୍କର ଧର୍ମ କହିଛନ୍ତି।’

ଟିଏମସି ପ୍ରବକ୍ତା ତାପସ ରୟ କହିଛନ୍ତି, ଏଥିରୁ ନିବୃତ୍ତ ରହିପାରିଥାନ୍ତେ। ସେ ଝିଅକୁ ଜଣେ ଶିକ୍ଷାର୍ଥୀ କିମ୍ବା ଛାତ୍ରୀ କହିପାରିଥାନ୍ତେ। ସେପଟେ ମହୁଆ ଦାସ କ୍ଷମା ମାଗନ୍ତୁ ନଚେତ ତାଙ୍କୁ ନିଲମ୍ବିତ କରାଯାଉ ବୋଲି ଦାବି କରିଛି ପଶ୍ଚିମବଙ୍ଗ ଛାତ୍ର କଂଗ୍ରେସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.