Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ବଡଚଣା କଂଗ୍ରେସ ଫାଳଫାଳ, ଜନ ଜାଗରଣ ସମାବେଶରେ ଉପସ୍ଥିତ ନାହାନ୍ତି ବିଧାୟକ ପ୍ରାର୍ଥୀ

28/11/2021 at 6:49 PM

ଚଣ୍ଡିଖୋଲ ୨୮/୧୧ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କଂଗ୍ରେସ ପକ୍ଷରୁ ଚଣ୍ଡିଖୋଲ ଠାରେ ଜନ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଛି । ଏହି ଜନ ଜାଗରଣ ସମାବେଶରେ ବଡ଼ଚଣା କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁଅ କ୍ୟାପଟେନ ରାଜ ନାରାୟଣ ମହାପାତ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି ମନୋଜ ରାଉତ, କଂଗ୍ରେସ ନେତା ସତ୍ୟ ନାୟକ ଓ ଜିଲ୍ଲା ପ୍ରଭାରୀ ଯୋଗ ଦେଇଥିଲେ । ଏହି ସମାବେଶରେ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

କିନ୍ତୁ କଂଗ୍ରେସ ସମାବେଶରେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜୟ ସାମଲଙ୍କୁ ମଞ୍ଚରେ ଦେଖିବାକୁ ମିଳିନଥିଲା । ଏମିତିକି କୌଣସି ବ୍ୟାନରରେ ମଧ୍ୟ ଅଜୟ ସାମଲଙ୍କ ଫଟୋ ଦେଖିବାକୁ ମିଳିନଥିଲା । ବିଭିନ୍ନ ସମୟରେ ବଡ଼ଚଣା ବ୍ଲକ କଂଗ୍ରେସ ମଧ୍ୟରେ ଦଳୀୟ କନ୍ଦଳ ପୂର୍ବରୁ ଦେଖବାକୁ ମିଳିଥିବା ବେଳେ ରାଜ ନାରାୟଣ ମହାପାତ୍ର ଓ ଅଜୟ ସାମଲଙ୍କ ଭିନ୍ନ ଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି । ରବିବାର ଅନୁଷ୍ଠିତ ଏହି ସମାବେଶରେ ଅଜୟ ସାମଲ ଓ ବହୁ ଯୁବ କଂଗ୍ରେସ ନେତା ଏବଂ କର୍ମୀଙ୍କ ଅନୁପସ୍ଥିତି ବଡ଼ଚଣା କଂଗ୍ରେସ ରାଜନୀତିକୁ ଆହୁରି ଗୋଳିଆ କରିଛି ।

May be an image of 6 people and people standing
May be an image of 2 people, people standing and crowd

   Related Posts