Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଲଗାତାର ହର୍ଣ୍ଣ ବଜାଇବା ଘଟଣାରେ ବ୍ୟାପକ ଭଙ୍ଗାରୁଜା ଘଟଣା: ଅଭିଯୁକ୍ତର ଗିରଫ ଦାବିରେ ଏସ୍‌ପିଙ୍କୁ ଭେଟିଲେ ଓକିଲ ସଂଘ

13/01/2021 at 4:22 PM

ବଲାଙ୍ଗୀର୧୩/୧: ଲଗାତାର ହର୍ଣ୍ଣ ବଜାଇବା ଯୋଗୁଁ ଦୈନିକ ବଜାରରେ ବ୍ୟାପକ ଭଙ୍ଗାରୁଜା। ଗତ ରବିବାର ଦିନ ବଲାଙ୍ଗୀର ଦୈନିକ ବଜାରରେ ଏକ ପରିବାର ବୋଝେଇ ଟ୍ରକ ଲଗାତାର ହର୍ଣ୍ଣ ବଜାଇଥିଲା। ଏଥିରେ ବିବ୍ରତ ହୋଇ ପଡୋଶୀ ପାର୍ଥ ମିଶ୍ର ନାମକ ଜଣେ ବ୍ୟକ୍ତି ବଜାରରେ ଭଙ୍ଗାରୁଜା କରିଥିଲେ।

ଏପରି କି ହର୍ଣ୍ଣ ବଜାଇଥିବା ଗାଡ଼ି ଡ୍ରାଇଭର ସହ କିଛି ବେପାରୀଙ୍କୁ ମଧ୍ୟ ମାରପିଟ୍ କରିଥିବାର ଭିଜୁଆଲ ଭାଇରାଲ ହୋଇଥିଲା। ବଜାର ନିକଟର ଥିବା ବାଇକ୍, କ୍ୟାମେରା, ଟିଭି, ଚେୟାର, ଟେବୁଲ ଓ ଗାଡ଼ିର କାଚ ମଧ୍ୟ ଭାଙ୍ଗି ଥିଲେ ଉତ୍ତ୍ୟକ୍ତ ଯୁବକ l ଏ ନେଇ ପରିବା ବେପାରୀମାନେ ପୋଲିସର ଦ୍ୱାରସ୍ଥ ହୋଇ ସଂପୃକ୍ତ ଯୁବକଙ୍କ ନାଁରେ ଅଭିଯୋଗ କରିଥଲେ l ପରେ ସଂପୃକ୍ତ ବେପାରୀ ବୈକୁଣ୍ଠ ସାହୁ ରାତି ଅଧରେ ଲଗାତାର ହର୍ଣ୍ଣ ବଜାଇଥିବାରୁ ନିଜ ଭୁଲ ସ୍ୱୀକାର କରିଥିଲେ।

ଏ ନେଇ ଥାନାରେ ଆପୋଷ ବୁଝାମଣା ହେବା ପରେ ସଂପୃକ୍ତ ଯୁବକଙ୍କୁ ଛାଡ଼ିଥିଲା ପୋଲିସ l ତେବେ ଆକ୍ରମଣ ସମୟର ସବୁ ସିସିଟିଭି ଫୁଟେଜ ଥାଇ ସଂପୃକ୍ତ ଯୁବକଙ୍କୁ କିପରି ଛାଡି ଦେଲା ପୋଲିସ ? ସବୁ ପ୍ରମାଣ ଥାଇ ବି କାହିଁକି ସଂପୃକ୍ତ ଯୁବକ ପାର୍ଥ ମିଶ୍ରଙ୍କୁ ଗିରଫ କରୁନି ଆଦର୍ଶ ଥାନା ପୋଲିସ ? ଏ ନେଇ ଆଜି ବଲାଙ୍ଗୀର ଓକିଲ ସଙ୍ଘ ତରଫରୁ ଏସ୍‌ପିଙ୍କୁ ଦେଖାକରି କାଣ୍ଡ ଘଟାଇଥିବା ଯୁବକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ଏକ ଦାବି ପତ୍ର ଦେଇଛନ୍ତି।

   Related Posts