ବିଧାନସଭାରେ ମହାରଥୀ-ପୂଜାରୀ କଳି: ଘିଅ ଢାଳିଲେ ପ୍ରମିଳା ମଲ୍ଲିକ, ସ୍ଥିତି ସଂଗୀନ

Published By : Prameya-News7 Bureau | July 18, 2019 IST

ଭୁବନେଶ୍ବର୧୮|୭: ବିଧାନସଭାରେ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ ବିବାଦର ଆଜିଥିଲା ପାର୍ଟ ଟୁ ଏପିସୋଡ ।  ଗତକାଲି କୃଷି ବିଭାଗର ଉତ୍ତର ରଖିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ଉତ୍ତରରେ ଘାଇଲା ମହାରଥୀ ଆଜି ବିଧାନସଭାରେ ବିଷ ଓଗାଳିଥିଲେ । ମନ୍ତ୍ରୀଙ୍କ ଉତ୍ତର ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଲଗାଇଛି ସେ କାଲିଠୁ ଖାଇ ନାହାନ୍ତି ବୋଲି କହି ଅଭିମାନ କରିଥିଲେ ମହାରଥୀ । ଗୋଟିଏ ପଟେ ମହାରଥୀଙ୍କୁ ମନାଇବାକୁ ଟିମ୍‌ ବିଜେଡି ଲାଗିଥିଲା ସେପଟେ କିନ୍ତୁ ପ୍ରମିଳା ମଲ୍ଲିକ ମହାରଥୀଙ୍କୁ ଯାତ୍ରାପାର୍ଟି ସହିତ ଯୋଡ଼ି ପୁଣି ଘିଅ ଢ଼ାଳିଥିଲେ।

{"id":135149}

ମହାରଥୀଙ୍କୁ ବାଧିଛି । ୪୦ ବର୍ଷରେ ତାଙ୍କୁ ଏମିତି କେହି କହିନଥିଲେ। ରାତିରେ ସେ ଖାଇନାହାନ୍ତି । କାହିଁକି ପ୍ରଦୀପ ମହାରଥୀ ଏମିତି ଅଭିମାନ କଲେ। ଆଜି  ବିଧାନସଭାରେ ଦେଖିବାକୁ ମିଳିଥିଲା ନିରଞ୍ଜନ-ମହାରଥୀ  ଏପିସୋଡର ପାର୍ଟ ଟୁ । କାଲି ଘାଇଲା ହୋଇଥିଲେ ଆଜି ଗର୍ଜନ କରିଥିଲେ ମହାରଥୀ। ନିରଞ୍ଜନ ପୂଜାରୀଙ୍କୁ ଜବାବ ଦେବାକୁ ଯେମିତି ହୋମ ଓ୍ବାର୍କ କରି ଆସିଥିଲେ ।

{"id":135150}

ଶୂନ୍ୟ କାଳ ଆରମ୍ଭରୁ ଖିଅ ଧରିଥିଲେ । ସିଧା ସିଧା କହିଥିଲେ ଗୃହରେ ଅର୍ଥମନ୍ତ୍ରୀ ଭୁଲ ତଥ୍ୟ ଦେଇଛନ୍ତି। କୃଷିମନ୍ତ୍ରୀ ଯାହା କହିଛନ୍ତି ତାକୁ ଗୃହର ବିବରଣୀରୁ ବାଦ୍‌ ଦିଆଯାଉ। ଏମିତି କିଛି ଦାବି କରିଥିଲେ। ଗତକାଲି ମହାରଥୀଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଥିଲେ। ରାଜ୍ୟରେ ୧୨୮ ଶୀତଳ ଭଣ୍ଡାରରୁ ୪୮କୁ ଖସି ଆସିଛି, ତାହା ପୁଣି ମହାରଥୀ କୃଷିମନ୍ତ୍ରୀ ଥିବା ସମୟରେ।ୟେ ବାତ୍‌ କୁଛ ହଜମ ନେହିଁ ହୁଇ ମହାରଥୀଙ୍କୁ।  ଏହା ଭୁଲ ବୋଲି କହିଥିଲେ ମହାରଥୀ। ବରଂ ତାଙ୍କ ସମୟରେ ଶୀତଳ ଭଣ୍ଡାର ସଂଖ୍ୟା ୨୪ରୁ ୪୮କୁ ବଢିଛି ବୋଲି କହିଥିଲେ । ରାଜ୍ୟ  ୪ଥର  କୃଷି କର୍ମଣ ପୁରସ୍କାର ପାଇଛି । ତେଣୁ ବାଚସ୍ପତି ରୁଲିଂ ଦିଅନ୍ତୁ ମନ୍ତ୍ରୀ ଅଜାଣତରେ ଯାହା କହିଛନ୍ତି ତାକୁ ଗୃହର ବିବରଣୀରୁ ବାଦ ଦିଆଯାଉ ।

{"id":135151}

ଶାସକ ଦଳର ଜଣେ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ କଥା କଟାକଟିକୁ ନେଇ ଗତକାଲି ବି ବେଶ ଚର୍ଚ୍ଚା ଥିଲା । ହେଲେ ଆଜି ପ୍ରଦୀପ ମହାରଥୀ ସେଇ ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କୁ ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କରିବା ବିଜେଡିର ଦଳୀୟନେତାଙ୍କ ଭିତରେ ଥିବା କନ୍ଦଳକୁ ପଦାରେ ପକାଇଛି । ଏତିକିବେଳେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମହାରଥୀଙ୍କ କଥାରେ ଯାତ୍ରା ଡାଏଲଗ ଦେଖିଥିଲେ। ଆଉ ପ୍ରମିଳାଙ୍କ କଥାରେ ବି ପ୍ରଦୀପ ପୁଣି ହୁତ୍‌ ହୁତ ହୋଇ ଜଳିଥିଲେ।

{"id":135152}

ସେପଟେ ବାଚସ୍ପତି ଏହି ପ୍ରସଙ୍ଗରେ ରୁଲିଂ ଦେଇ କହିଛନ୍ତି ସେ ମନ୍ତ୍ରୀଙ୍କ ଉତ୍ତରକୁ ତର୍ଜମା କରିବେ ।  ଆବଶ୍ୟକ ପଡିଲେ ବିବରଣୀରୁ ବାଦ ଦେବେ । କିନ୍ତୁ ବିରୋଧୀଙ୍କୁ ଏକଥା ହଜମ ହୋଇନି।  ସେମାନେ ଦାବି କରିଛନ୍ତି ମନ୍ତ୍ରୀ ତଥ୍ୟଗତ ଭାବରେ ଗୃହରେ ଉତ୍ତର ରଖିଥିବାରୁ ବିବରଣୀରୁ ବାଦ ଦେବା ଉଚିତ ନୁହେଁ।

{"id":135153}

ବିଜେଡିରେ କିଛି ନେତାଙ୍କ ମଧ୍ୟରେ ଅସନ୍ତୋଷ ଅଛି ତାହା ଧରା ପକାଇଛି ନିରଞ୍ଜନ ଓ ମହାରଥୀଙ୍କ ଏପିସୋଡ଼। ଯାହା ବିରୋଧୀଙ୍କୁ ବଳ ଦେଇଛି।

{"id":135154}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.