Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଚର୍ଚ୍ଚାରେ ଓୟୁଏଟି : କୁଳପତି ଓ କୁଳାଧିପତିଙ୍କ ସଚ୍ଚିବଙ୍କ ଭିତରେ ଚାଲିଛି ଛକାପଞ୍ଝା, ସଚିବ ଦୁର୍ନୀତି ଅଭିଯୋଗ ଆଣିବା ପୂର୍ବରୁ କୁଳପତି ବି ଲେଖିଥିଲେ ସଚିବ କରୁଛନ୍ତି ଅଯଥା ହସ୍ତକ୍ଷେପ

17/12/2018 at 6:41 PM

ଭୁବନେଶ୍ବର ୧୭|୧୨: ଚର୍ଚ୍ଚାରେ ଓୟୁଏଟି । କୁଳପତି ସୁରେନ୍ଦ୍ରନାଥ ପଶୁପାଳଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସୁପାରିଶ ନେଇ ଚିଠି ଲେଖିଥିଲେ କୁଳାଧିପତିଙ୍କ ପ୍ରମୁଖ ସଚିବ । ଆଉ ଏବେ କୁଳପତି-କୁଳାଧିପତିଙ୍କ ପ୍ରମୁଖ ସଚିବଙ୍କ ବିରୋଧରେ ଦେଢମାସ ତଳେ ଚିଠି ଲେଖିଥିବା ତଥ୍ୟ ସାମ୍ନାକୁ ଆସିଛି । ଯାହା ବିବାଦକୁ ନୂଆ ମୋଡ଼ ଦେଇଛି ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ଲେଟର ୱାର୍ । ଚିଠିର ସେଣ୍ଟରରେ ଖୋଦ୍ କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ଓ କୁଳାଧିପତିଙ୍କ ପ୍ରମୁଖ ସଚିବ ମଧୁସୁଦନ ପାଢୀ । ଗତ ୫ତାରିଖରେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ମଧୁସୁଦନ ।  ବିଶ୍ବ ବିଦ୍ୟାଳୟର ବିଭିନ୍ନ ନିଯୁକ୍ତି ଓ ନଥି ପତ୍ରରେ କୁଳପତି ଜାଲିଆତି କରୁଥିବା ବିଶ୍ବବିଦ୍ୟାଳୟର ପୂର୍ବତନ ସହକାରୀ ରେଜିଷ୍ଟ୍ରାର ଅଭିଯୋଗ କରିଥିବା ଉଲ୍ଲେଖକରିଥିଲେ । ଏହାକୁ ଆଧାର କରି ଭିଜିଲାନ୍ସ ବିଭାଗ ଦ୍ବାରା ଭିସିଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟଶାସନ ସଚିବଙ୍କୁ ଚିଠିରେ ସୁପାରିଶ କରିଥିଲେ । କୁଳପତିଙ୍କ ଅବସରର ୩ ମାସ ପୂର୍ବରୁଏଭଳି ଘଟଣାକୁ ନେଇ ନେଇ ଚର୍ଚ୍ଚାକୁ ଆସିଥିଲା ଓୟୁଏଟି । ଏବେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଏହି ଚିଠିର ଦେଢ ମାସ ପୂର୍ବରୁ ଭିସି ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଥିଲେ । ସେଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ଆଣି ଆଙ୍ଗୁଳି ଉଠାଇଥିଲେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଆଡ଼କୁ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ବିଶ୍ବବିଦ୍ୟାଳୟ ପରିଚାଳନାରେ ଅଯଥା ହସ୍ତକ୍ଷେପ କରିଥିବା ଅଭିଯୋଗ ଉଠାଇଥିଲେ। ବଦଳି, ନିଯୁକ୍ତି ନିଷ୍ପତ୍ତିରେ ଅବାଧ ତାଙ୍କୁ କାର୍ଯ୍ୟ କରିବାକୁ ଦିଆଯାଉ ନଥିବା କହିଥିଲେ । ଏହା ସହ ଆହୁରି ଅନେକ ସଂଗୀନ ଅଭିଯୋଗ ବି ଉଠାଇଥିଲେ କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ । 

ଓୟୁଏଟି ଭିସି ଓ କୁଳାଧିପତିଙ୍କ ପ୍ରମୁଖ ସଚିବଙ୍କ ମଧ୍ୟରେ ଲାଗିଥିବା ଛକାପଞ୍ଝାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ଓୟୁଏଟି କର୍ମଚାରୀ ସଂଘ । ଏହାଦ୍ବାରା ଓୟୁଏଟି ଆଯଥାରେ ବଦନାମ ହେଉଥିବା କହିଛି ସଂଘ । ତେଣୁ ସବୁ ଅଭିଯୋଗର ତୁରନ୍ତ ତଦନ୍ତ କରି ସରକାର ଘଟଣାର ପରିସମାପ୍ତି ଘଟାନ୍ତୁ ବୋଲି ସଂଘ ଦାବି କରିଛି ।

ଗତବର୍ଷ ଦେଶର ଶହେ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ଏକ ମାତ୍ର ସରକାରୀ ବିଶ୍ବବିଦ୍ୟାଳୟ ଭାବେ ସ୍ଥାନ ପାଇଥିଲା ଓୟୁଏଟି । ହେଲେ ଏହାର ପରିଚାଳନା ନେଇ କୁଳପତି ଓ କୁଳାଧିପତିଙ୍କ ପ୍ରମୁଖ ସଚିବଙ୍କ ମଧ୍ୟରେ ବିବାଦ ରାଜ୍ୟ ସରକାରଙ୍କ ଲାଗି ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି।…

   Related Posts