Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଅଫିସ ବାହାରେ ଅଫିସର, ଭିତର ତାଲା : ଜିଲ୍ଲାପାଳ ୧୦ ଦିନିଆ ଛୁଟିରେ ଥିବାରୁ ହଟହଟା ହେଲେ ଅତିରିକ୍ତ ଜିଲ୍ଲାପାଳ

25/12/2018 at 5:21 PM

ମାଲକାନଗିରି ୨୫/୧୨ : ମାଲକାନଗିରି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଲାଗିପାରୁ ନାହି ପୂର୍ଣ୍ଣ ଛେଦ । ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ବ୍ୟବହାର ଓ କାର୍ଯ୍ୟ ଶୈଳୀକୁ ବିରୋଧ କରି ପୂର୍ବରୁ ମୁଖ୍ୟ ସାଚନ ସଚିବଙ୍କୁ ଜଣାଇଥିଲେ ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ସତପଥୀ । ତେବେ ସେଥିରେ ମଧ୍ୟ ବିବାଦର ସମାଧାନ ହୋଇନଥିବାରୁ ଇଚ୍ଛାକୃତ ଭାବ ବଦଳି ହୋଇଥିଲେ ଅତିରିକ୍ତ ଜିଲ୍ଲାପାଳ । ତେବେ ରାଜ୍ୟ ସରକାର ପୁନଃ ତାଙ୍କୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଅଯୋଧ୍ୟାକାନ୍ତ ଶତପଥିଙ୍କୁ ଏବେ ମିଳୁନାହି ପୂର୍ବସ୍ଥାନ । 

ଅଫିସ ବାହାରେ ଅଫିସର, ଭିତର ତାଲା । ପିଅନକୁ ତାଲା ଖୋଲିବାକୁ କହିଲେ ସେ ବି ଶୁଣୁନି । ଏହା ହେଉଛି ଜିଲ୍ଲାର ଜଣେ ବରିଷ୍ଠ ଓଏଏସ୍‌ ଅଧିକାରୀ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ଅବସ୍ଥା । ଅଫିସ ବାହାରେ ଛିଡା ହୋଇଥିବା ଏହି ବ୍ୟକ୍ତି ହେଉଛନ୍ତି ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ସତପଥୀ । ଅଫିସକୁ ଆସି ତାଙ୍କ ପ୍ରକୋଷ୍ଠ ବାହାରେ ଛିଡା ହୋଇଥିଲେ ବି କେହି ତାଲା ଖୋଲୁ ନାହାନ୍ତିଗତ ୨୨ ତାରିଖରୁ ସେ ମାଲକାନଗିରି ଫେରିବା ପରେ ତାଙ୍କ ଅଫିସ, ବାସ ଗୃହ, ସବୁଠି ଝୁଲୁଛି ତାଲା । ଏନେଇ ସେ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ସହ ଯୋଗାଯୋଗ କରିବାକୁ ଟେଷ୍ଟା କରିଥିଲେ ହେଲେ ଜିଲ୍ଲାପାଳ ୧୦ ଦିନିଆ ଛୁଟିରେ ଥିବାରୁ ତାହା ସମ୍ଭବ ହୋଇନାହିଁ । ତାଙ୍କ ଚ୍ୟାମ୍ବରରେ ତାଲା ପଡିଥିବା ବେଳେ ସେ କାର୍ଯ୍ୟରେ ଯୋଗ ଦେଇ ପାରୁ ନାହାନ୍ତି । ଗତ ଦୁଇ ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପିଅନ ଠାରୁ ଆରମ୍ଭ କରି କୌଣସି ଅଫିସରଙ୍କ ପାଖରେ ଚାବି ନପାଇ ଶେଷରେ ନିଜାରତ ଅଫିସର, ପିଡି ଡିଆରଡିଏଙ୍କୁ ଯୋଗଯୋଗ କରିଥିଲେ ମଧ୍ୟ କାହାଠାରୁ କୌଣସି ସଠିକ ଉତ୍ତର ମିଳିନାହିଁ । ତେଣୁ ଦୀର୍ଘ ସମୟ ଧରି କାର୍ଯ୍ୟାଳୟ ଆଗରେ ଠିଆ ହେବା ପରେ ଫେରିବା ପାଇଁ ସେ ବାଧ୍ୟ ହୋଇଥିଲେ।

ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ବ୍ୟବହାର ଓ କାର୍ଯ୍ୟ ଶୈଳୀକୁ ବିରୋଧ କରି ମୁଖ୍ୟ ସାଚନ ସଚିବଙ୍କୁ ଜଣାଇଥିଲେ ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ । ତେବେ ବିବାଦର ସମାଧାନ ହୋଇନଥିବାରୁ ଇଚ୍ଛାକୃତ ଭାବ ରାୟଗଡାକୁ ବଦଳି ହୋଇଥିଲେ । ତେବେ ରାଜ୍ୟ ସରକାର ପୁଣି ତାଙ୍କୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ବାଧ୍ୟ ହୋଇ ସେ ମାଲକାନଗିରି ଫେରିଥିଲେ । ତେବେ ମାଲକାନଗିରି ଜିଲ୍ଲାପାଳ ତାଙ୍କୁ ପୂର୍ବରୁ ରିଲିଭ୍‌ କରିନଥିଲେ ବି ଏବେ ଫେରିବା ପରେ ମଧ୍ୟ ରହିବାକୁ କହୁ ନାହାନ୍ତି । ତେଣୁ ତାଙ୍କୁ ବେଶ ହଟହଟା ହେବାକୁ ପଡିଛି

ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ସରକାରୀ ଗାଡ଼ି ବି ଦିଆଯାଇନାହିଁ । ବିନା ସୁରକ୍ଷାରେ ମାଲକାନଗିରି ଭଳି ମାଓ ଅଧ୍ୟୁଷିତ ଜିଲ୍ଲାରେ ଜଣେ ବରିଷ୍ଠ ଅଧିକାରୀ କିପରି କାର୍ଯ୍ୟ କରିବେ ସେ ନେଇ ପ୍ରଶ୍ନ ଉଠିଛି । ସେପଟେ ଦୁଇ ଅଧିକାରୀଙ୍କ ବିବାଦ ମଧ୍ୟରେ ଜିଲ୍ଲାବାସୀ ହନ୍ତସନ୍ତ ହେଉଛନ୍ତି ।

   Related Posts