Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ମାର ଶବ ପାଇଁ ବାପ-ପୁଅ କଳି ; ବାପା ମେଡିକାଲ କଲେଜକୁ ଶରୀର ଦାନ କରିଥିବା ବେଳେ ପୁଅ ଅଡି ବସିଛନ୍ତି ସଂସ୍କାର ପାଇଁ, ୪ତାରିଖରୁ ପଡିରହିଛି ଶବ

10/11/2018 at 11:32 AM

ପୁରୀ ୧୦|୧୧: ମାଆ ଶବ ପାଇଁ ବାପ-ପୁଅ କଳି । ମୃତଦେହ ପାଇବାକୁ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୁଅମାନେ । ପୁଅ ଏବଂ ପରିବାର ଲୋକଙ୍କ ଅଭିଯୋଗ  ଯେ, ବାପା ନିଜ ପତ୍ନୀଙ୍କ ଶବକୁ ଏକ ଘରୋଇ ମେଡିକାଲ କଲେଜକୁ ଦାନ କରିଦେଇଛନ୍ତି । ମାଆ ଶବ ନେଇ ଦାହ କରିବାକୁ ଅଡି ବସିଛନ୍ତି ପୁଅମାନେ । ଏଭଳି ଏକ ବିବାଦ ଦେଖିବାକୁ ମିଳିଛି ପୁରୀ ବାସେଳି ସାହି ମିଶ୍ର ସାହିରେ ।

ଗଞ୍ଜାମ ସେରଗଡ ଅଞ୍ଚଳର କାଳୀଚରଣ ମିଶ୍ର ତାଙ୍କ ପତ୍ନୀ ସୁବାସିନୀ ମିଶ୍ରଙ୍କ ମୃତଦେହକୁ ଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲା ଜୋନ୍-୫୬ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଥିଲେ ସୁବାସିନୀ । ୧୦ ବର୍ଷରୁ ଅଧିକ ହେବ ସ୍ବାମୀଙ୍କ ସହ ପୁରୀରେ ରହିଆସୁଥିଲେ । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ଗତ ୪ ତାରିଖରେ ପୁରୀ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସେ ମୃତଦେହକୁ ଦାନ କରିଦେଇଥିଲେ । ଏନେଇ ସେ ଜିଲ୍ଲାପାଳ ଓ ବାସେଳୀ ସାହି ଥାନାକୁ ଅବଗତ ମଧ୍ୟ କରିଥିଲେ । ପରିବାର ସହ ଅପଡ କାରଣରୁ ପତ୍ନୀଙ୍କ ସହ ସେ ପୁରୀରେ ରହୁଥିବା ପୋଲିସ କହିଛି । ଦୁଇ ଦିନ ହେଲା ମୃତଦେହ ପାଇଁ ପୁଅମାନେ ପୁରୀରେ ଚକ୍କର କାଟୁଛନ୍ତି । ଶବ ନେବା ଲାଗି ଅଡି ବସିଛନ୍ତି ।

ଏପଟେ କାଳୀଚରଣ ମିଶ୍ରଙ୍କ କହିବା କଥା, ବଞ୍ଚିଥିବା ବେଳେ ପୁଅମାନେ ମାଆଙ୍କୁ ପଚାରୁନଥିଲେ । ଏହା ବ୍ୟତୀତ ମରଶରୀର ଦାହ କରିବା ବଦଳରେ ଘରୋଇ ମେଡିକାଲ କଲେଜକୁ ଦାନ କରିବା ସପକ୍ଷରେ ଯୁକ୍ତି ରଖିଛନ୍ତି କାଳୀଚରଣ ମିଶ୍ର । ଚିରାଚରିତ ସାମାଜିକ ପ୍ରଥାରେ ଏକ ସଂସ୍କାର ମୂଳକ ପଦକ୍ଷେପ ଭାବରେ ସେ ମରଶରୀର ଦାନ କରିଥିବା ସେ କହିଛନ୍ତି ।

   Related Posts