ପଞ୍ଜାବ: ସମାଧାନ ହେଲା ଚନ୍ନୀ ଓ ସିଦ୍ଧୁଙ୍କ ବିବାଦ, ଏବେ ଆଡଭୋକେଟ ଜେନେରାଲ ପୋଷ୍ଟରେ ଫେସିଛି ପେଞ୍ଚ

Published By : Prameya-News7 Bureau | October 01, 2021 IST

ଚଣ୍ଡିଗଡ଼ ୧।୧୦: ପଞ୍ଜାବ କଂଗ୍ରେସରେ ଉପୁଝିଥିବା ଅସନ୍ତୋଷ ପ୍ରସମିତ ହେଉଥିବାର ଦେଖା ଯାଉଛି। ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଓ ନଭଜ୍ୟୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ବୁଝାମଣା ହୋଇଯାଇଛି। ସିଦ୍ଧୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ ଆଡଭୋକେଟ ଜେନେରାଲଙ୍କ ନିଯୁକ୍ତିକୁ ନେଇ ଅସନ୍ତୋଷରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ।  ଏବେ ଆଲୋଚନା ପରେ ଡିଜିପିଙ୍କୁ ନେଇ ସହମତି ହୋଇଯାଇଛି। ସଂଘ ଲୋକସେବା ଆୟୋଗ (ୟୁପିଏସସି) ରାଜ୍ୟ ପୋଲିସ ମୁଖ୍ୟ ପଦବୀ ଲାଗି ଯାହାକୁ ମନୋନୀତ କରିବେ ସେଥିରେ ମୁଖ୍ୟମନ୍ତ୍ରୀ ଓ ପିସିସ ସଭାପତି ସହମତ ହୋଇଛନ୍ତି।

{"id":520700,"width":839,"height":557,"sizeSlug":"full","linkDestination":"none"}

ତେବେ ରାଜ୍ୟସରକାରଙ୍କ ଆଡଭୋକେଟ ଜେନେରାଲ ନିଯୁକ୍ତିରେ ଏବେବି ପେଞ୍ଚ ରହିଛି। ତେବେ ରାଜ୍ୟ ଲାଗି କିଏ ଆଡଭୋକେଟ ଜେନେରାଲ ହେବେ ତାହା ପ୍ରଦେଶ କଂଗ୍ରେସ କି ମୁଖ୍ୟମନ୍ତ୍ରୀ ନୁହନ୍ତି କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ଛଡାଯାଇଛି। ଏଣୁ ଇସ୍ତଫା ଦେଇ ସିଦ୍ଧୁ ସୃଷ୍ଚି କରିଥିବା ପରିସ୍ଥିତି ଏବେ ପ୍ରାୟ ଶାନ୍ତ ହୋଇ ଆସୁଥିବା ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଏଣୁ ପଞ୍ଜାବ ପିସିସି ମୁଖ୍ୟ ଭାବେ ରାଜ୍ୟରେ ସିଦ୍ଧୁ ଆଗାମୀ ବିଧାନସଭା ନିର୍ବାଚନ ପରିଚାଳନା କରିବା ଏକ ପ୍ରକାର ନିଶ୍ଚିତ।

{"id":520705,"width":838,"height":696,"sizeSlug":"full","linkDestination":"none"}

ଆଡଭୋକେଟ ଜେନେରାଲ ପ୍ରସଙ୍ଗରେ ସିଦ୍ଧୁଙ୍କ ସନ୍ତୋଷ ଲାଗି ପଞ୍ଜାବ ସରକାର ଗୁରୁ ଗ୍ରନ୍ଥ ସାହେବ ଅସମ୍ମାନ ଘଟଣା ଓ ଏହାକୁ ନେଇ ବିକ୍ଷୋଭକାରୀଙ୍କ ଉପରେ ଗୁଳିକାଣ୍ଡ ମାମଲା କୋର୍ଟରେ ପରିଚାଳନା ନିମନ୍ତେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ନଥିବାରୁ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ବରିଷ୍ଠ ଓକିଲ ରାଜିନ୍ଦର ସିଂହ ବେଂଶଙ୍କୁ ସ୍ୱତନ୍ତ୍ର ପିପି ନିଯୁକ୍ତ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.