Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

କଟକ ବାଲିଯାତ୍ରା ନେଇ ଅଚଳାବସ୍ଥା ଜାରି ; ପ୍ଲଟ୍ ଆବଣ୍ଟନ ନେଇ ପ୍ରଶାସନ ଓ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ନେଲା ଉଗ୍ର ରୂପ

17/11/2018 at 9:39 AM

କଟକ ୧୭|୧୧: କଟକରେ ବାଲିଯାତ୍ରାକୁ ନେଇ ଅଚଳାବସ୍ଥା ଜାରି । ପ୍ଲଟ ଆବଣ୍ଟନକୁ ନେଇ ପ୍ରଶାସନ ଓ ବ୍ୟବସାୟୀ ସଂଘ ମଧ୍ୟରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ବିବାଦ ଉଗ୍ର ରୂପ ନେଇଛି । ଏଥର ପ୍ଲଟ ଆବଣ୍ଟନକୁ ନେଇ କଟକ ଜିଲ୍ଲା ପ୍ରଶାସନ ଯେଉଁ ସବୁ ଔପଚାରିକତାର ପାଠ ପଢାଉଛି ତାକୁ ସହଜରେ ହଜମ କରିପାରୁନାହାନ୍ତି ବ୍ୟବସାୟୀ । ବ୍ୟବସାୟୀମାନେ ମନ୍ଦିର ନିକଟରେ ମେଳି ହୋଇ ବାଲିଯାତ୍ରାରେ କୌଣସି ଷ୍ଟଲ ନପକାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ବାଲିଯାତ୍ରାକୁ ବର୍ଜନ କରିବାକୁ ରୋକଠୋକ୍ ଶୁଣାଇଛନ୍ତି । ଗତ କିଛି ଦିନ ହେଲା ପ୍ରଶାସନର ମନମାନିକୁ ବିରୋଧ କରିଆସୁଛି ବାଲିଯାତ୍ରା ବ୍ୟବସାୟୀ ସଂଘ । କିନ୍ତୁ ସମାଧାନ ପାଇଁ କୌଣସି ପଦକ୍ଷେପ ନେଇନି ପ୍ରଶାସନ । ବରଂ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ନିୟମ କରୁଛି । ତେବେ ଏ ପ୍ରସଙ୍ଗରେ ଜିଲ୍ଲାପାଳ ମୁହଁ ଖୋଲୁନଥିବା ବେଳେ ତହସିଲଦାର କହିଛନ୍ତି ସେଭଳି କିଛି ଘଟଣା ନଜରକୁ ଆସିନି ।

   Related Posts