Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରକାର କା ମାଲ୍ ଦରିଆ ମେଁ ଡାଲ୍ : ଏକ୍ସପାୟରୀ ଡେଟ୍ ଯାଇନି, ଅଳିଆ ଗଦାରେ ପଡିଛି ପୁଳା ପୁଳା ଔଷଧ

16/08/2020 at 10:09 AM

ବରଗଡ ୧୬।୮: ମହାମାରୀ ସମୟରେ ଔଷଧର ମୂଲ୍ୟ ସିଏ ବୁଝିଛି, ଯିଏ କୋଭିଡ୍ କଟକଣା ଭିତରେ ଔଷଧ ପାଇଁ ଏ ଦୋକନରୁ ସେ ଦୋକାନ, ଗୋଟିଏ ଛକରୁ ଆଉ ଗୋଟିଏ ଛକ ବୁଲିଛି । ସ୍ବାସ୍ଥ୍ୟ ଏମରଜେନ୍ସୀ ଯୋଗୁଁ ସମସ୍ତେ ଏକ ସଙ୍କଟମୟ ସ୍ଥିତିରେ ଗତି କରୁଛନ୍ତି । ଆଉ ଠିକ୍ ଏତିକିବେଳେ ବରଗଡ ସହରରୁ ଆସିଛି ଅବ୍ୟବସ୍ଥାର ଏକ ଅଭାବନୀୟ ଚିତ୍ର ।

ଲକ୍ଷ ଲକ୍ଷ ଟଙ୍କାର ମେଡିସିନ ବ୍ୟବହାର ନହୋଇପାରି ଫିଙ୍ଗି ଦିଆଯାଉଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ, ଫିଙ୍ଗି ଦେଉଥିବା ମେଡିସିନ ଏକ୍ସପାୟରୀ ବି ହୋଇନି ଅର୍ଥାତ୍ ଏବେ ବି ଔଷଧ ବ୍ୟବହାରଯୋଗ୍ୟ । ତେବେ କାହିଁକି ଏହି ଔଷଧ ଫିଙ୍ଗି ଦିଆଯାଉଛି । ଔଷଧରେ ଏବେବି ଏକ୍ସପାୟାରୀ ଡେଟ୍ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ରହିଛି । ଅର୍ଥାତ୍ ପୁରା ପାଞ୍ଚ ମାସର ଅବଧି ରହଛି । ହେଲେ ଔଷଧ ନଷ୍ଟ ହୋଇଯାଇଥିବା ଦର୍ଶାଇ ଏହାକୁ ବାହାରେ ଫିଙ୍ଗି ଦିଆଯାଉଛି ।

ନିରାମୟ ଯୋଜନାରେ ଲୋକଙ୍କୁ ବିନା ମୂଲ୍ୟରେ ମିଳୁଥିବା ଔଷଧର ଏଭଳି ଉପଯୋଗ ବରଗଡ ଜିଲ୍ଲାରେ ହେଉଛି । ବଡ କଥା ହେଉଛି ଚିକିତ୍ସା ପାଇଁ ଡାକ୍ତରଖାନା ଆସୁଥିବା ରୋଗୀ ଠିକ୍‌ରେ ଔଷଧ ପାଉନଥିବା ଅଭିଯୋଗ କରିଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ଔଷଧ ଫିଙ୍ଗା ହେବା ଘଟଣାକୁ ନେଇ ବରଗଡ ସହରରେ ଅସନ୍ତୋଷ ପ୍ରକାଶ ପାଇଛି ।

ଘଟଣାର ତଦନ୍ତ କରାଯାଇ ୧୦ ବର୍ଷ ଭିତରେ କେତେ ଔଷଧ କିଣାଯାଇଛି, ତାର ଅଡିଟ୍ ରିପୋର୍ଟ ସାର୍ବଜନୀନ କରାଯାଉ ବୋଲି ସାମାଜିକ କର୍ମୀ ଦାବି କରିଛନ୍ତି । ଏପଟେ ରୋଗୀଙ୍କୁ ଔଷଧ ନଦେବା କାରଣରୁ ରହି ରହି ନଷ୍ଟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ହେଲେ ବିଡମ୍ବନା ଦେଖନ୍ତୁ ସିଡିଏମଓ କହୁଛନ୍ତି ସଟ୍ ଏକ୍ସପାୟରୀ ପାଇଁ କିଛି ଔଷଧ ନଷ୍ଟ ହୋଇଛି । ତେବେ ଭୁଲ୍ ଭଟକା ଥିଲେ ପୁରା ସୁଧାରିଦେବେ କହିଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ ଅରୁଣ କୁମାର ପାତ୍ର ।

   Related Posts