Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ଡିଜନି ଥିମ ପାର୍କ ଉପରେ କରୋନା ମାଡ, ୨୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ କମ୍ପାନି

30/09/2020 at 12:37 PM

ଓ୍ବାଶିଂଟନ୍ ୩୦/୦୯: କରୋନା ମହାମାରୀ ଯୋଗୁ ବେରୋଜଗାରୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଏ​‌ବେ ଲେକପ୍ରିୟ କମ୍ପାନି ଡିଜନୀ ଉପରେ ପଡ଼ିଛି କରୋନା ଛାଟ।  କମ୍ପାନି ତାର କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତି ନେଇଛି। ଡିଜନି ଥିମ୍ ପାର୍କରେ କାର୍ଯ୍ୟରତ ଥିବା ୨୮ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ। ମଙ୍ଗଳବାର କମ୍ପାନି ଏହି ଘୋଷଣା କରିଛି। କରୋନା ମହାମାରୀର ପ୍ରଭାବ ଦୀର୍ଘ ସମୟ ରହିବା ଯୋଗୁ ଆମେରିକାର ଅଧିକାଂଶ ଥିମ ପାର୍କରେ କାମ କରୁଥିବା କର୍ମଚାରୀଙ୍କୁ ବାହାର କରାଯିବ।

ଡିଜନୀ ପାର୍କର ଚେୟାରମ୍ୟାନ୍ ଯୋଶୀ ଡି ଓମାରୋ ଏହି ଫଇସଲାକୁ ଦୁଃଖଦାୟକ କହିଛନ୍ତି। ତେବେ କୋଭିଡ୍-୧୯ ନିୟମ ପାଳନ କରି କର୍ମ କର୍ମଚାରୀଙ୍କୁ ନେଇ କାମ କରିବା ତଥା ମହାମାରୀ ଦୀର୍ଘ ସମୟ ରହିବା ଅନିଶ୍ଚିତତା ଭଳି ମାହୋଲରେ ଏହା ହିଁ ଏକମାତ୍ର ବିଳକ୍ପ ​ ବୋଲି ସେ ଦର୍ଶାଇଛନ୍ତି।

କେବଳ କାଲିଫର୍ନିଆ ଓ ଫ୍ଲୋରିଡାରେ ଡିଜନୀ ଥିମ ପାର୍କରେ ମହାମାରୀ ପୂର୍ବରୁ ପ୍ରାୟ ୧,୧୦,୦୦୦ କର୍ମଚାରୀ କାମ କରୁଥିଲେ। ଏବେ ନୂଆ ନୀତି ପରେ କର୍ମଚାରୀଙ୍କ ସଂଖ୍ୟା ହେବ ୮୨ ହଜାର । ଏହା ସହ କାର୍ଲିଫଣ୍ର୍ଣିଆରେ କଟକଣା ଏବେ ହଟିବ କି ନାହିଁ  ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ଅବଶ୍ୟ ଜୁଲାଇ ମଧ୍ୟଭାଗରେ ଫ୍ଲୋରିଡାର ଓ୍ବାଲ୍ଡ ଡିଜନିକୁ ଆଶିଂକ ଭାବେ ଖୋଲା ଯାଇଥିଲା।

ଏବେ କରୋନା ଯୋଗୁ ପର୍ଯ୍ୟଟକ କମ୍ ଆସୁଛନ୍ତି। ଡିଜନୀ ଏବେ କର୍ମଚାରୀ ସଂଘ ସହିତ ଏନେଇ ଆଲୋଚନା ଆରମ୍ଭ କରିବ। ଜନ ହଫିକନ୍ସ ୟୁନିଭର୍ସିଟି ଅନୁସାରେ ଆମେରିକାରେ କରୋନାରେ ଏବେ ସୁଦ୍ଧା ୭,୧୮୦,୪୧୧ ମାମଲା ସାମ୍ନାକୁ ଆସିଛି ଓ ୨,୦୫,୭୭୪ ଲୋକ ପ୍ରାଣ ହରାଇଛନ୍ତି। ତେବେ ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଆମେରିକା ହୋଇଛି।

   Related Posts